ଓଡ଼ଗାଁ ବ୍ଲକ କୋମଣ୍ଡ ଶ୍ରୀଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ: ଜଳିଗଲେ ଡଙ୍ଗନାଥ

ଶ୍ରୀଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଡଙ୍ଗନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଠାରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଡଙ୍ଗନାଥ ଠାକୁର ଆଜି ନିଜେ ନିଆଁରେ ଜଳିଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏକ ବଡ଼ ଧରଣର ଅଘଟଣ ଘଟିଥିବା ଦେଖିବାକୁ ମିଳିଛି।

ଜଗନ୍ନାଥଙ୍କ ନାଁ ରେ ପୂଜାପାଉଥିବା ଡଙ୍ଗନାଥ ଠାକୁର ଆଜି ନିଜେ ନିଆଁ ରେ ଜଳିଯାଇଥିବା ଦେଖିବାକୁ ମିଳିଛି। ଏହି ଅଘଟଣ ସକାଳ ୬ ଟାରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅତି ଅନ୍ୟାୟ ଯୋଗୁ ଠାକୁରଙ୍କ ଦେହରେ ଆପେ ଆପେ ନିଆଁ ଲାଗିଥିବା ନେଇ ଆଲୋଚନା ହେଉଛି।

Share Now:

Kalinga News Beuro

Next Post

ରାଜ୍ୟସଭାରେ ଗୁଲାମ ନବିଙ୍କ ସ୍ଥାନ ନେବେ ମଲ୍ଲିକାର୍ଜୁନ ଖଡ଼ଗେ

Fri Feb 12 , 2021
ନୂଆଦିଲ୍ଲୀ: ଗୁଲାମ ନବି ଆଜାଦ୍‌ ବିଦାୟ ନେବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ତାଙ୍କୁ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦେବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କୁ ପତ୍ର ଲେଖିଛି କଂଗ୍ରେସ। ବିରୋଧୀଦଳ ନେତା ନିମନ୍ତେ ରାଜ୍ୟସଭାର ତିନିଜଣ ସମ୍ଭାବ୍ୟ- ଆନନ୍ଦ ଶର୍ମା, ଦିଗ୍‌ବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରୁ କଂଗ୍ରେସ ଖଡ଼ଗେଙ୍କୁ […]
ମଲ୍ଲିକାର୍ଜୁନ ଖଡ଼ଗେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial