ଉଦ୍ଧାର ହେଲା କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ମୃତଦେହ

ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ଆଜି ସକାଳେ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଓଡ୍ରାଫ ଓ ଦମକଳ ବାହିନୀର ଖୋଜାଖୋଜି ପରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବୋଲି ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ମୁତାବକ କଟକ-ଭୁବନେଶ୍ୱର କାଠଯୋଡି ପୋଲ ଉପରେ ଆଜି ସକାଳେ ଜଣେ ଯୁବକ ନିଜ ସ୍କୁଟି(ଓଆର ୦୨ ବିଆର ୭୯୫୬) ରଖି ନଦୀକୁ ଡେଇଁପଡ଼ିଥିଲେ। ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳ ସପନ କୁମାର ବେହେରା(୨୯)। ଯୁବକ ଜଣକ ଏକ ଘରୋଇ କୋରିୟର କମ୍ପାନୀରେ କାର୍ଯ୍ୟରତ ଥିବା ସୂଚନା ମିଳିଛି। ନିଜ ସ୍କୁଟି ରଖି ନଦୀକୁ ଡେଇଁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଯୁବକଙ୍କ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଆଉ ଏବେ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେ ନଦୀକୁ କାହିଁକି ଡେଇଁଲେ ସେନେଇ ପୁଲିସ ଏବେ ପରିବାରଲୋକଙ୍କୁ ପଚରାଉଚୁରା କରୁଛି।

Share Now:

Kalinga News Beuro

Next Post

ମମିତା ମେହେର ହତ୍ୟା ମାମଲା : ପୁଲିସ ଆଗରେ ସତ ଓଗାଳିଲେ ଗୋବିନ୍ଦ ସାହୁ

Wed Oct 20 , 2021
ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ ଖୁଲାସା ହୋଇଛି। ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ଡ୍ରାଇଭର ହତ୍ୟାକାଣ୍ଡକୁ ନେଇ ପୁଲିସ ଆଗରେ ସବୁ ସତ ଓଗାଳିଥିବାର ସୂଚନା ମିଳିଛି। ଜେରାବେଳେ ପୁଲିସ ଆଗରେ ମମିତାଙ୍କୁ ହତ୍ୟା କରିଥିବାର ଗୋବିନ୍ଦ ସ୍ୱୀକାର କରିଛି ବୋଲି କୁହାଯାଉଛି। ସେମାନଙ୍କ […]
ମମିତା ମେହେର ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial