ରାସ୍ତା କାମରେ ଦୁର୍ନୀତି ଅଭିଯୋଗ: ତଦନ୍ତ ଦାବି କଲେ ଗାଁ ଲୋକେ

ମୋହନା: ଗଜପତି ଜିଲ୍ଲା ବସ୍ତ୍ରିଗୁଡା ପଞ୍ଚାୟତର କଞ୍ଚୁମୁଲ ଗାଁ ରାସ୍ତା ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବ୍ଲକର ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ତତ୍ତ୍ୱାବଧାନରେ ୨୦୧୬-୧୭ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୩ଲକ୍ଷ ୪୫ ହଜାର ଟଙ୍କା ଓ ପଞ୍ଚାୟତର ଫୋର୍ଥ SFC ପାଣ୍ଠିରୁ ୧ଲକ୍ଷ ଟଙ୍କା ବିନିମୟରେ ଆରଡି ରାସ୍ତାଠାରୁ କଞ୍ଚୁମୁଲ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ତା’ପରେ ସେହି ଆର୍ଥିକ ବର୍ଷରେ ସାଂସଦଙ୍କ ପାଣ୍ଠିରୁ ୪ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର କରି ଘାଟ୍ କଟିଙ୍ଗ ନକରି ଅଳ୍ପ କିଛି କାମ କରିଦେଇ ସମ୍ପୃକ୍ତ ଯନ୍ତ୍ରୀ ଏହାର ସମ୍ପୂର୍ଣ୍ଣ ବିଲ୍ କରି ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳ, ବିଡିଓ ଓ ବ୍ଳକ ଅଧ୍ୟକ୍ଷାଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି। ଏନେଇ ବିଡିଓ ସଚ୍ଚିଦାନନ୍ଦ ନାୟକ କହିଛନ୍ତି,“ ଏହି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Share Now:

Kalinga News Beuro

Leave a Reply

Next Post

କୁଆଖାଇ ନଦୀପଠାରେ ଯୁବକଙ୍କ ଅର୍ଧ ଦଗ୍ଧ ମୃତଦେହ ଠାବ ଘଟଣା: ତଥାପି ଅବିଶ୍ୱସନୀୟ

Fri May 18 , 2018
ଭୁବନେଶ୍ୱର:ର୍ମାଚ ୨୧ ତାରିଖ। ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା ନଦୀପଠାରୁ ଜବତ ହେଲା ଉନ୍ମୟ ପାଢ଼ୀଙ୍କ ଅର୍ଧଦଗ୍ଧ ମୃତଦେହ। ପେଟରେ ଛୁରି ଭୁସା ଯାଇଥିଲା। ମୁଣ୍ଡରେ ଶକ୍ତ ଆଘାତ ଥିଲା। ପାଟି ଭିତରେ ଇଟା ଭର୍ତି କରାଯାଇଥିଲା। ପାଖରେ ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଅଧାପୋଡ଼ା ଅବସ୍ଥାରେ ପଡ଼ିଥିଲା। ନିକଟରେ ଉନ୍ମୟଙ୍କ ବାଇକ୍‌ ମଧ୍ୟ ଥିଲା। ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତିରୁ ଉନ୍ମୟଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ ପ୍ରକଟ କରିଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial