ଓଭରବ୍ରିଜ ନିର୍ମାଣ ପାଇଁ ଖଣ୍ଡଗିରି ଛକରେ ଦୁଇମାସ ଏକପାଖିଆ ରାସ୍ତା

ଖଣ୍ଡଗିରି ଛକରେ ଦୁଇମାସ ପାଇଁ ଏକପାଖିଆ ରାସ୍ତା

ଭୁବନେଶ୍ୱର : ଓଭରବ୍ରିଜ୍ ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ଆଜିଠାରୁ ଖଣ୍ଡଗିରି ଟ୍ରାଫିକ୍ ଛକରେ ଏକପାଖିଆ ରାସ୍ତା ଚାଲୁରହିବ। ଖୋର୍ଦ୍ଧାରୁ ଭୁବନେଶ୍ବର ଦିଗରୁ ଆସୁଥିବା ଯାନବାହନଗୁଡ଼ିକ କୋଳଥିଆ ଛକରୁ ଡାହାଣକୁ ଆସି ଖଣ୍ଡଗିରି ଥାନା ଦେଇ ପ୍ରାଚୀ ହୋଟେଲ୍‌ଠାରେ ପୁଣି ବାମ ପାର୍ଶ୍ବ ଜାତୀୟ ରାଜପଥକୁ ଧରିବେ। ସେହିଭଳି ବରମୁଣ୍ଡାରୁ ଖୋର୍ଦ୍ଧା ଦିଗରେ ଯାଉଥିବା ଯାନବାହନ ଗତିପଥ ନ ବଦଳାଇ ପୂର୍ବଭଳି ଚାଲିବେ। ପ୍ରାଚୀ ହୋଟେଲରୁ କୋଳଥିଆ ଛକ ପର୍ଯ୍ୟନ୍ତ ଏହି ଏକପାଖିଆ ରାସ୍ତାକୁ ସମାନ ଦୁଇ ଭାଗରେ ବିଭକ୍ତ କରାଯିବ ଏବଂ ଏହି ରାସ୍ତାରେ ଲେନ୍ ଡ୍ରାଇଭିଂ ଚାଲିବ। ଏହି ବ୍ୟବସ୍ଥା ପ୍ରତିଦିନ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏହା ଦୁଇମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି କମିସନରେଟ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

Sat Oct 10 , 2020
ପୁରୀ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଘଟଣାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କ୍ଷମା ମାଗିଛନ୍ତି। ସେ ଏକ ଭିଡିଓ ଜାରି କହିଛନ୍ତି ଯେ ଗତ ୪ ତାରିଖରେ କରୋନା ସଂକ୍ରମିତ ହୋଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଭୁଲ୍ ଥିଲା। ପ୍ରଦୀପ ମହାରଥୀ ତାଙ୍କର ବଡ଼ ଭାଇ ଓ ସେ ତାଙ୍କର ଆଦର୍ଶ ବି। ତାଙ୍କ ବିୟୋଗରେ ଭାବବିହ୍ୱଳ […]
କ୍ଷମା ମାଗିଲେ ବିଧାୟକ ଉମା ସାମନ୍ତରାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial