ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ କଂଗ୍ରେସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ କଂଗ୍ରେସ

ଆଗାମୀ ଅଧିବେଶନରେ ବିଧାନସଭାରେ ମଧ୍ୟ ମମିତା ପ୍ରସଙ୍ଗ ଉଠାଇବ

ଭୁବନେଶ୍ବର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି କଂଗ୍ରେସ ତରଫରୁ ୬ ଘଣ୍ଟିଆ ହରତାଳ ସରିବା ପରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଏ ହରତାଳର ଡାକରା କାହିଁକି ଦରକାର ପଡ଼ିଲା। ମମିତା ମେହେର ଯେଉଁଭଳି ଭାବେ ହତ୍ୟା କରାଗଲା ଏବଂ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ସ୍କୁଲରେ ରାତ୍ରୀଯାପନ କରୁଥିଲେ ବୋଲି ମମିତାର ବାପା ମା କହିଛନ୍ତି। କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇ ପୁଲିସ ବାରାକରେ ରଖାଗଲା ଏବଂ ଫେରାର ହେବା ପାଇଁ ସୁଯୋଗ ଦିଆଗଲା। ଏବେ ମମିତାଙ୍କ ପରିବାରକୁ ଡରାଇ ବୟାନ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତିର ଛାଇ ଦେଖିଲେ ବି ପଦକ୍ଷେପ ନେଉଥିଲେ, କିନ୍ତୁ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୋଟିଏ ମଞ୍ଚରେ ବସାଉଛନ୍ତି। ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଧୃତରାଷ୍ଟ୍ରଙ୍କୁ ବି କିଛି ଦେଖାଯାଉ ନଥିଲା ଏବଂ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କିଛି ଦେଖାଯାଉନାହିଁ। ପୁଲିସ ଗୁଣ୍ଡା ଲଗାଇ ଏ ସରକାର କଂଗ୍ରେସର ହରତାଳକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଛନ୍ତି। ଆଗାମୀ ଦିନରେ ଏ ଧୃତରାଷ୍ଟ୍ର ସରକାରକୁ ହଟାଇବା ପାଇଁ ଲୋକ ସାମ୍ନାକୁ ଆସିବେ। ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ତୁରନ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରନ୍ତୁ। ବିଜେଡିର ଚକ୍ରାନ୍ତର ଜବାବ ଜନସାଧାରଣ ଦେବେ। ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ମମିତା ମେହେର ପ୍ରସଙ୍ଗ ଉଠାଇବ କଂଗ୍ରେସ।
ଏଣେ ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି, କଂଗ୍ରେସ ଦିବ୍ୟ ଶଙ୍କର ମିଶ୍ର, ଗିରଫଦାରି ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ବନ୍ଦ ଡାକରା ଦେଇଥିଲା। ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏକ ନୂତନ ଢାଞ୍ଚାରେ କଂଗ୍ରେସ ବନ୍ଦ କରିଛି। ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ହୋଇଥିବା ମକଦ୍ଦମା ଲଢୁଥିଲେ, ସେମାନେ ବିଜେଡି ଲିଗାଲ ସେଲର କର୍ମକର୍ତ୍ତା। ବିଜେଡି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ। ହାଇକୋର୍ଟଙ୍କ ରାୟ ସମସ୍ତ ରାଜନୈତିକ ଦଳ ପାଇଁ ଲାଗୁ ହେବା ଉଚିତ। କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବିଜେଡି ସରକାରର ଅହଙ୍କାର ସୀମା ପାର କରିଛି। ମମିତା ମେହେରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା। ନୂଆ କରି କଂଗ୍ରେସ ବନ୍ଦ ପାଳନ କରୁନାହିଁ। ରାଜ୍ୟ ସରକାର କୋର୍ଟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ଚଞ୍ଚକତା କରିଛନ୍ତି। ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ। ଗୋଟିଏ ମମିତା ମେହେର ନୁହେଁ, ବେବିନା, କୁନ୍ଦୁଲି ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି। ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥଲେ ବନ୍ଦକୁ ବିଫଳ କରିବା ପାଇଁ, ତାହା ହୋଇପାରିଲା ନାହିଁ। ମମିତା ମେହେର ସମ୍ପର୍କରେ କଂଗ୍ରେସର ନିଷ୍ପତ୍ତି ବନ୍ଦ ଡାକରା ଥିଲା। ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ମଞ୍ଚରେ ବସାଇ ସୁରକ୍ଷା ଦେଉଥିବା କଥା ସ୍ପଷ୍ଟ କଲେ। ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରି ରଖିବ। ସତକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର। ରାଜ୍ୟରେ ନାରୀଙ୍କୁ ସୁରକ୍ଷା ମିଳୁନି ବୋଲି ସମସ୍ତେ ଜାଣି ସାରିଲେଣି। କେଵଳ କ୍ଷମତା ଓ ନିର୍ବାଚନ ବିଜୟକୁ ଲକ୍ଷ୍ୟ କରିଛି ବିଜେଡି। ଠିକ୍ ସେହିପରି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି, ମମିତା ମେହେର ପ୍ରସଙ୍ଗରେ କଂଗ୍ରେସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। ମମିତା ମେହେରଙ୍କ ପରିବାରକୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଇ ନାହାନ୍ତି, ସେଯାଏଁ କଂଗ୍ରେସ ଚୁପ ବସିବ ନାହିଁ। ଦରକାର ପଡ଼ିଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ କଂଗ୍ରେସ।

Share Now:

Kalinga News Beuro

Next Post

ଭିକ ମାଗି ମାଙ୍କ ’ଶୁଦ୍ଧିକ୍ରିୟା କଲା ନାବାଳକ : ହରିଶ୍ଚନ୍ଦ୍ର ଯୋଜନା କାହାପାଇଁ ?

Fri Nov 12 , 2021
ରାଜନଗର: ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ଅସହାୟ, ବେସାହାରା ବାଳକ ଭାଗବତ ଦାସ (୧୪)ଙ୍କୁ ସହାୟତା ମିଳିଛି। ଭାଗବତଙ୍କ ବାପା ଗୁରୁବାରି ଦାସ (୪୫)ଙ୍କ ୨ ବର୍ଷ ତଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଥିଲା। ଗତ ୧ ତାରିଖ ଦିନ ମା’ ଉଲି ଦାସ (୪୩) ବି ଆଖି ବୁଜି‌ଦେଲେ। ଜ୍ୱରରେ ପଡି ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଭିକ ମାଗି ଓ ଗ୍ରାମବାସୀଙ୍କ ସହଯୋଗରେ […]
ଭିକ ମାଗି ମାଙ୍କ ’ଶୁଦ୍ଧିକ୍ରିୟା କଲା ନାବାଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial