ପୁଣି ବଢ଼ିଲା ଏଲପିଜି ଗ୍ୟାସ ଦର : ସାଧାରଣ ଖାଉଟି ହସ୍ତସନ୍ତ

ପୁଣି ବଢ଼ିଲା ଏଲପିଜି ଗ୍ୟାସ ଦର

ନୂଆଦିଲ୍ଲୀ: କରୋନା ସହ ବଢୁଥିବା ଦରଦାମ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି। ଡିସେମ୍ବର ପହିଲାରୁ ପୁଣି ମହଙ୍ଗା ମାଡରେ ଚାପା ଗ୍ରାହକ। କାରଣ ଆଜିଠାରୁ ପୁଣିଥରେ ଏଲପିଜି ଗ୍ୟାସ ଦରରେ ବୃଦ୍ଧି ହୋଇଛି। କମର୍ସିଆଲ ସିଲିଣ୍ଡରର ଦର ୧୦୦ ଟଙ୍କା ବୃଦ୍ଧି ପାଇଛି। ଯଦିଓ ଘରୋଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇନାହିଁ, କିନ୍ତୁ କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି ପାଇଥିବାରୁ ଖାଇବା ପିଇବା ସବୁ ମହଙ୍ଗା ହେବ, ଯାହାର ପରୋକ୍ଷ ପରିଣାମ ସାଧାରଣ ଲୋକଙ୍କ ଉପରେ ପଡିବ। କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି ପାଇବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୨୧୦୧ ଟଙ୍କାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ନଭେମ୍ବର ୧ ରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି କରାଯାଇଥିବାରୁ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପଟେ ଏଥର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟପରିବର୍ତ୍ତନ କରାଯାଇ ନାହିଁ ଏବଂ ଅକ୍ଟୋବରରେ ଶେଷ ଥର ପାଇଁ ମୂଲ୍ୟ ବୃଦ୍ଧି କରାଯାଇଥିଲା। ଦିଲ୍ଲୀ ଏବଂ ମୁମ୍ବାଇରେ ଅଣ-ସବସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୯୯.୫୦ ଟଙ୍କା ରହିଛି। କୋଲକାତାରେ ଘରୋଇ ଗ୍ୟାସର ମୂଲ୍ୟ ୯୨୬ ଟଙ୍କା ଥିବାବେଳେ ଚେନ୍ନାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯୧୫.୫ ଟଙ୍କା ରହିଛି। ଡିସେମ୍ବରର ଘରୋଇ ସିଲିଣ୍ଡରର ଦର ବୃଦ୍ଧି ହୋଇନଥିଲେ ବି ପୂବାପେକ୍ଷା ଏହାର ଦରରରେ ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କୁ ହସ୍ତସନ୍ତ କରୁଛି।

Share Now:

Kalinga News Beuro

Next Post

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ: କେନ୍ଦ୍ର ଆବାସ ଯୋଜନାରେ ପାତରଅନ୍ତର ନେଇ ବିଜେଡିର ବିକ୍ଷୋଭ

Wed Dec 1 , 2021
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ଯୋଗ ଦେଇଥିବା ବେଳେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ସମର୍ଥନ କରିବା ପରେ ଗୃହକୁ ଦିନ ୪ଟା ଯାଏଁ ମୁଲତବୀ କରାଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଉପେକ୍ଷା ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି। କେନ୍ଦ୍ର ସରକାର […]
ବିଧାନସଭା ଶୀତ ଅଧିବେଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial