ନୂଆଦିଲ୍ଲୀ: ଦୃଢ ଇଚ୍ଛା ଶକ୍ତି ଯେ ଅସାଧ୍ୟକୁ ସାଧ୍ୟ କରିପାରେ ତାହା ଦେଖିବାକୁ ମିଳିଛି ଇସ୍ରୋ ମୁଖ୍ୟ ହୋଇଥିବା ଏସ୍ ସୋମନାଥଙ୍କଠାରେ। ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି। ତିରୁବନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ନିର୍ଦ୍ଦେଶକ ଥିବା ଏସ ସୋମନାଥ ଜଣେ ରକେଟ ବିଶେଷଜ୍ଞ ଓ ଏୟାରସ୍ପେସ ଇଂଜିନିୟର ଭାବେ ବେଶ ଜଣାଶୁଣା। ଏହା ପୂର୍ବରୁ ଏସ୍ ସୋମନାଥ ତିରୁବନନ୍ତପୁରମସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ ସେଣ୍ଟର ନିର୍ଦ୍ଦେଶକ ଥିଲେ। ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସୋମନାଥ ଜଣେ ଲଞ୍ଚ ଭେଇକିଲ ଡିଜାଇନ ମାଷ୍ଟର ଭାବେ ବି ବେଶ ଜଣାଶୁଣା। ସେ ଲଞ୍ଚ ଭେଇକିଲ ସିଷ୍ଟମ ଇଂଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ, ଷ୍ଟକଚରାଲ ଡାଇନୋମିକ୍ସ ଓ ପାଇରୋଟେକନିକ୍ସର ଜଣେ ବିଶେଷଜ୍ଞ। ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) କୁ ଅପଗ୍ରେଡ କରିବା କାମରେ ଲାଗିଥିଲେ। ଏହା ମାଧ୍ୟମରେ ଭାରି ସଞ୍ଚାର ସାଟେଲାଇଟକୁ ଅନ୍ତରୀକ୍ଷରେ ଲଞ୍ଚ କରାଯାଇ ପାରିବ। ଏହା ବ୍ୟତୀତ ଏସ୍ ସୋମନାଥ ଜିସାଟ-୬ଏ କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ବି କାମ କରୁଛନ୍ତି। ଏହା ଦ୍ୱାରା ରିମୋର୍ଟ ସୋର୍ସିିଂ ସାଟେଲାଇଟକୁ ଠିକ୍ ଢଙ୍ଗରେ ଲଞ୍ଚ କରାଯାଇ ପାରିବ। ଏସ୍ ସୋମନାଥ ଏର୍ଣ୍ଣାକୁଲମର ମହାରାଜା କଲେଜରୁ ପ୍ରି ଡିଗ୍ରୀ ପ୍ରୋଗ୍ରାମ ଶେଷ କରିଛନ୍ତି। ଏହାପରେ ସେ କେରଳ ୟୁନିଭରସିଟିର କ୍ୱିବଲାନସ୍ଥିତ ଟିକେଏମ କଲେଜ ଅଫ୍ ଇଂଜିନିୟରିଂରୁ ମେକାନିକାଲ ଇଂଜିନିୟରିଂ ପାଠ୍ୟକ୍ରମ ସମାପ୍ତ କରିଛନ୍ତି। କେବଳ ସେତିକି ନୁହେଁ ଏହାପରେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଏୟାରସ୍ପେସ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରି ରକେଟ ଡାଇନୋମିକ୍ସ ଓ କଣ୍ଟ୍ରୋଲ ଉପରେ ବିଶେଷଜ୍ଞତା ହାସଲ କରିଥିଲେ। ସ୍ନାତକ ଶେଷ କରିବା ପରେ ଏସ୍ ସୋମନାଥ ବିକ୍ରମ ସାରାଭାଇ ସ୍ପେଷ୍ଟ ସେଣ୍ଟରରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପିଏସଏଲଭି ପ୍ରୋଜେକ୍ଟ ସହ କାମ କରିଥିଲେ।
ରକେଟ ଇଂଜିନିୟରରୁ ଇସ୍ରୋର ମୁଖ୍ୟ ହେଲେ ଏସ୍ ସୋମନାଥ

Share Now: