ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ: ପ୍ରଭାବିତ ହେବ ଅନେକ ସେବା

ପୁଣି ଲାଗୁ ହୋଇପାରେ କରୋନା କଟକଣା?

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୨୨ରେ ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା। ଏକ ବୈଠକ ପରେ ଟ୍ରେଡ ୟୁନିଅନଗୁଡ଼ିକ କହିଛନ୍ତି ଯେ ସେମାନେ କେନ୍ଦ୍ରର କର୍ମୀ ବିରୋଧୀ, କୃଷକ ବିରୋଧୀ, ସାଧାରଣ ଜନତା ବିରୋଧୀ ତଥା ଜାତୀୟ ବିରୋଧୀ ନୀତିକୁ ବିରୋଧ କରିବେ। ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରିବା ସହିତ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ୨୦୨୧ଭଳି ସରକାରଙ୍କ ଯୋଜନାକୁ ବିରୋଧ କରିବାକୁ ବ୍ୟାଙ୍କ ୟୁନିଅନଗୁଡ଼ିକ ବି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଟ୍ରେଡ ୟୁନିଅନର ଏକ ବିବୃତିରେ କୁହାଯାଇଛି ଯେ ସଡ଼କପଥ, ପରିବହନ କର୍ମଚାରୀ ଏବଂ ବିଦ୍ୟୁତ କର୍ମଚାରୀ ମଧ୍ୟ ଏହି ଧର୍ମଘଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ରେଳବାଇ ଏବଂ ପ୍ରତିରକ୍ଷା କ୍ଷେତ୍ରର ୟୁନିଅନମାନେ ଶହ ଶହ ସ୍ଥାନରେ ଏହି ଧର୍ମଘଟକୁ ସମର୍ଥନ କରି ଜନସମାଗମ କରିବେ ବୋଲି ବିବୃତିରେ ଦର୍ଶାଯାଇଛି। କୋଇଲା, ଇସ୍ପାତ, ତୈଳ, ଟେଲିକମ୍, ଡାକ, ଆୟକର ଏବଂ ବୀମା ଭଳି ବିଭିନ୍ନ କ୍ଷେତ୍ରର କର୍ମଚାରୀମାନେ ଏହି ଧର୍ମଘଟରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

Share Now:

Kalinga News Beuro

Next Post

ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା

Sun Mar 27 , 2022
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚଳିତ ବର୍ଷ ଷୋଡ଼ଶ ତୋଷାଳି ଜାତୀୟ ହସ୍ତତନ୍ତ ମେଳା ୨୦୨୨ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜନ ହେବାକୁ ଯାଉଛି। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ […]
ମାର୍ଚ୍ଚ ୨୮ରୁ ତୋଷାଳି ଜାତୀୟ ହସ୍ତତନ୍ତ ମେଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial