ହିଞ୍ଜିଳି ଓ ଶେରଗଡର ପୌର ଓ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ପୌର ଓ ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ ଅଞ୍ଚଳର ପୌରାଞ୍ଚଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ସମସ୍ତ ପ୍ରତିନିଧି ମାନଙ୍କୁ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହିତ ସମସ୍ତେ ମିଳିମିଶି ଓ କଠିନ ପରିଶ୍ରମ କରି ନିଜ ନିଜ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳି ଓ ଶେରଗଡର ବିକାଶ ପାଇଁ ସେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ପୌରାଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲର ମାନେ ଯୋଗ ଦେବା ସହିତ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍‌ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କୁ ମିଶାଇ ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଅଲଓ୍ବାର ଶିବ ମନ୍ଦିର ଭଙ୍ଗା ଘଟଣାକୁ ନେଇ ସ୍ବତନ୍ତ୍ର କମିଟି ଗଠନ କଲା ବିଜେପି

Fri Apr 22 , 2022
ଜୟପୁର : ରାଜସ୍ଥାନର ଅଲଓ୍ବାର ଜିଲ୍ଲାରେ ସରାଇ ମହଲ୍ଲାଠାରେ ଥିବା ଏକ ୩୦୦ ବର୍ଷର ଶିବ ମନ୍ଦିର ଭଙ୍ଗା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଦିଲ୍ଲୀରେ ବେଆଇନ ବସ୍ତି ଭଙ୍ଗା ଘଟଣାକୁ ନେଇ ବିରୋଧୀଙ୍କ ଆକ୍ରମଣର ସମ୍ମୁଖୀନ ହେଉଥିବା ବିଜେପି ହାତରେ ଏକ ବଡ଼ ପ୍ରସଙ୍ଗ ଲାଗିଯାଇଛି। ଏହି ଘଟଣାର ତଦନ୍ତ ପାଇଁ ବିଜେପି ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି। ସିକାରର ସାଂସଦ ସ୍ବାମୀ […]
ଅଲଓ୍ବାର ଶିବ ମନ୍ଦିର ଭଙ୍ଗା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial