ଅଲଓ୍ବାର ଶିବ ମନ୍ଦିର ଭଙ୍ଗା ଘଟଣାକୁ ନେଇ ସ୍ବତନ୍ତ୍ର କମିଟି ଗଠନ କଲା ବିଜେପି

ଅଲଓ୍ବାର ଶିବ ମନ୍ଦିର ଭଙ୍ଗା ଘଟଣା

ଜୟପୁର : ରାଜସ୍ଥାନର ଅଲଓ୍ବାର ଜିଲ୍ଲାରେ ସରାଇ ମହଲ୍ଲାଠାରେ ଥିବା ଏକ ୩୦୦ ବର୍ଷର ଶିବ ମନ୍ଦିର ଭଙ୍ଗା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଦିଲ୍ଲୀରେ ବେଆଇନ ବସ୍ତି ଭଙ୍ଗା ଘଟଣାକୁ ନେଇ ବିରୋଧୀଙ୍କ ଆକ୍ରମଣର ସମ୍ମୁଖୀନ ହେଉଥିବା ବିଜେପି ହାତରେ ଏକ ବଡ଼ ପ୍ରସଙ୍ଗ ଲାଗିଯାଇଛି। ଏହି ଘଟଣାର ତଦନ୍ତ ପାଇଁ ବିଜେପି ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି। ସିକାରର ସାଂସଦ ସ୍ବାମୀ ସୁମେଧାନନ୍ଦଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି। ଏହି ଦଳ ଆସନ୍ତା ୩ ଦିନରେ ରାଜଗଡ଼ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବେ। ଏହି ମନ୍ଦିର ଭଙ୍ଗାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବିଜେପି ନେତା ଅମିତ ମାଲବ୍ୟ ଲେଖିଛନ୍ତି ଯେ, ଜାହାଙ୍ଗୀରପୁରୀ ଓ କରୌଲି ରେ ବସ୍ତିଭଙ୍ଗାକୁ ନେଇ ଲୁହ ଗଡ଼ାଉଥିବା କଂଗ୍ରେସ ହିନ୍ଦୁମାନଙ୍କୁ ଆଘାତ ଦେଉଛି-ଏହା କଂଗ୍ରେସର ଧର୍ମନିରପେକ୍ଷତା। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜେରି ଅଯଥା ରାଜନୀତି କରୁଛି ବୋଲି କଂଗ୍ରେସ କହିଛି। ଏହି ମନ୍ଦିରଟି ଏକ ବେଆଇନ ସ୍ଥାନରେ ନିର୍ମାଣ ହୋଇଥିଲା ଓ ଏହା ସହରର ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ମହେଶ ଜୋଷୀ କହିଛନ୍ତି ଯେ ବିଜେପିର ସଦସ୍ୟମାନଙ୍କଠାରୁ ସେ ଅଧିକ ଧର୍ମପରାୟଣ।

Share Now:

Kalinga News Beuro

Next Post

ଦିଲ୍ଲୀ ଓ ପଞ୍ଜାବ ପରେ ଏହି ରାଜ୍ୟରେ ଆରମ୍ଭ ହେଲା ମାସ୍କ କଟକଣା

Fri Apr 22 , 2022
ଚେନ୍ନାଇ: ଦିଲ୍ଲୀ ଓ ପଞ୍ଜାବ ପରେ ତାମିଲନାଡୁ ସରକାର ଆଜିଠାରୁ ମାସ୍କ କଟକଣା ଆରମ୍ଭ କରିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁରେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍ କହିଛନ୍ତି ଯେ […]
ମାସ୍କ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial