ଫାଟିଲା ପାରାଦୀପ-ହଳଦିଆ ପାଇପ୍‌ଲାଇନ୍‌ : ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା

ଫାଟିଲା ପାରାଦୀପ-ହଳଦିଆ ପାଇପ୍‌ଲାଇନ୍‌

ପାରାଦୀପ: ପାରାଦୀପରୁ ହଳଦିଆକୁ ସଂଯୋଗ କରୁଥିବା ତୈଳ ପାଇପ୍‌ଲାଇନ୍‌ ଆଜି ଫାଟିଛି। ତୈଳ ପାଇପ୍‌ ଫାଟିବା ପରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ (ଆଇଓସିଏଲ୍‌)ର ଟାଉନସିପ୍ ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ପାଇପ ଲିକ ବନ୍ଦ କରିବାକୁ ଲାଗି ପଡ଼ିଥିବା ବେଳେ ଏହା କାଠିକର ପାଠ ହୋଇପଡିଥିଲା। କିନ୍ତୁ ଦୀର୍ଘ ସମୟ ଧରି ଅଗ୍ନିଶମ ଓ ପାରାଦୀପ ତୈଳ ବିଶୋଧନାଗାର କର୍ମଚାରୀ ତୈଳ ଲିକ୍‌ ବନ୍ଦ କରିଛନ୍ତି। ପାରାଦୀପ ତୈଳବିଶୋଧନାଗାର ଟାଉନସିପ ନିକଟରେ ଏହି ପାଇପଲାଇନ ଫାଟିଥିବା ସୂଚନା ରହିଛି। ସୂଚନା ଅନୁସାରେ ହଳଦିଆ ପୋର୍ଟରୁ ପାରାଦୀପ ତୈଳବିଶୋଧନାଗାରକୁ ଆସିଥିବା ଅଶୋଧିତ ତୈଳର ପାଇପ ଲାଇନ କୌଣସି କାରଣବଶତଃ ଫାଟିଯିଵା ଫଳରେ ଭାରି ମାତ୍ରାରେ ତେଲ ଲିକେଜ ହେବା କାରଣରୁ ଏପରିସ୍ଥିତି ଉପୁଜିଛି। କୌଣସି ଦୁର୍ଘଟଣା ଯେପରି ନ ଘଟେ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଉଭୟପଟରୁ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଲୋକଙ୍କୁ ଫଟୋ ଉତ୍ତୋଳନ ପାଇଁ ମଧ୍ୟ ବାରଣ କରାଯାଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ସେମିତି ବଡ଼ ଧରଣର ଅଘଟଣ ଘଟିନାହିଁ।

Share Now:

Kalinga News Beuro

Next Post

ଜୁଲାଇ ସୁଦ୍ଧା ନୂଆ କୋଠାରେ ବିଏମ୍‌ସି କାର୍ଯ୍ୟାଳୟ : ସ୍ଥିତି ପରଖିଲେ କମିସନର

Thu May 26 , 2022
ଭୁବନେଶ୍ୱର: ୪.୪ଏକର ଜମି‌ରେ ନିର୍ମାଣ ହୋଇଥିବା ବିଏମ୍‌ସି-ଆଇସିଓଏମ୍‌ସିର କାର୍ଯ୍ୟାଳୟ କୋଠା ନିର୍ମାଣ ଶେଷ ହୋଇଛି। କିନ୍ତୁ ଆନଷଙ୍ଗିକ କାର୍ଯ୍ୟ ସରି ନଥିବାରୁ ଉଦ୍‌ଘାଟନ ବିଳମ୍ବ ହେଉଛି। ତେବେ ଏହି କୋଠାର ଦ୍ବିତୀୟ ଫ୍ଲୋର୍‌ରେ ଥିବା ଆଇସିଓଏମ୍‌ସି କାର୍ଯ୍ୟାଳୟ ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବାକୁ ଯାଉଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ବିଏମ୍‌ସି କାର୍ଯ୍ୟାଳୟ ମଧ୍ୟ ଏହି କୋଠାକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ଆଜି ବିଏମ୍‌ସି କମିସନର ସଞ୍ଜୟ ସିଂହ, ଆଇଟି […]
ନୂଆ କୋଠାରେ ବିଏମ୍‌ସି କାର୍ଯ୍ୟାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial