ଜାତିସଂଘ ରିପୋର୍ଟକୁ ଭାରତର ବିରୋଧ

କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ

ଶ୍ରୀନଗର: କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ନେଇ ପ୍ରଥମ ଥର ପାଇଁ ଜାତିସଂଘ ଆଜି ରିପୋର୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ ଉଭୟ ରାଷ୍ଟ୍ରର ନିୟନ୍ତ୍ରଣରେ ଥିବା କଶ୍ମୀରରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ହୋଇଛି ଏବଂ ଏଥିପାଇଁ ସରକାର ଏବଂ ସେନା ଦାୟୀ। କଶ୍ମୀରରେ ଭାରତ ମଧ୍ୟ ଲଗାତାର ମାନବାଧିକାର ଉଲ୍ଲଂଘନ କରିଚାଲିଛି ବୋଲି ଜାତିସଂଘ ରିପୋର୍ଟରେ କୁହାଯିବା ପରେ ଭାରତ ଏନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଜାତିସଂଘ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ବିଦେଶ ମନ୍ତ୍ରାଳୟ କହିଛି ଯେ କଶ୍ମୀର ମାମଲାରେ ଜାତିସଂଘ ଏକ ଭିତ୍ତିହୀନ, ଅତିରଂଜିତ ଏବଂ ମିଥ୍ୟା ଆଧାରିତ ରିପୋର୍ଟ ପ୍ରସ୍ତୁତ କରିଛି ଯାହାକି ଏହି ଅନୁଷ୍ଠାନର ଗରିମାକୁ ନଷ୍ଟ କରୁଛି । ସମଗ୍ର କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସର୍ବଦା ସ୍ପଷ୍ଟ କରି ଆସିଛି । ଏହା ସତ୍ତ୍ୱେ ବିଶ୍ୱ ସମୁଦାୟରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଅପଚେଷ୍ଟା ଚାଲିଛି । ଭାରତର ଏକ ଅଂଚଳକୁ ପାକିସ୍ତାନ ନିଜ କବ୍‌୍‌ଜାରେ ରଖି ନିଜର ବୋଲି ଦାବି କରୁଥିବା ବେଳେ ଏହି ମାମଲାରେ ନିରବ ରହିଥିବା ଜାତିସଂଘ ମାନାବାଧିକାର ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି କରିବା ପଛରେ କି ଉଦ୍ଦେଶ୍ୟ ରହିଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ଭାରତ କହିଛି।

ଜାତିସଂଘ ରିପୋର୍ଟ ଭାରତର ସାର୍ବଭୌମତ୍ୱ ଏବଂ ଭୌଗଳିକ ଅଖଣ୍ଡତାର ଉଲ୍ଲଂଘନ କରୁଥିବାରୁ ଜାତିସଂଘ ଏ ବାବଦରେ ଗୁରୁତ୍ୱର ଚିନ୍ତା କରି ପଦକ୍ଷେପ ନେବା ଆବଶ୍ୟକ ବୋଲି ଭାରତ ଜଣାଇ ଦେଇଛି। ଗୁରୁବାର ଜାତିସଂଘ ପକ୍ଷରୁ କଶ୍ମୀରରେ ମାନାବାଧିକାର ସ୍ଥିତି ନେଇ ଜାରି ଏକ ରିପୋର୍ଟରେ କୁହାଯାଇଥିଲା ଯେ ଜମ୍ମୁ କଶ୍ମୀର ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ହୋଇଛି । ସେନା ଓ ସରକାର ଲୋକଙ୍କ ଉପରେ ଜୁଲମ କରୁଥିବା ଏଥିରେ ଦର୍ଶାଯାଇଛି। ଜାତିସଂଘ ଏହି ମାନବାଧିକାର ଉଲ୍ଲଂଘନ ମାମଲାରେ ଅନ୍ତର୍ଜାତୀୟ ତଦନ୍ତ ପାଇଁ ମଧ୍ୟ ଗୁରୁତ୍ୱାରୋପ କରିଛି। ତେବେ ଏଭଳି ରିପୋର୍ଟ ଜାରି କରାଯିବା ପଛରେ ଜାତିସଂଘର କୌଣସି ମନ୍ଦ ଉଦ୍ଦେଶ୍ୟ ରହିଥିବା ସ୍ପଷ୍ଟ ଜଣାପଡ଼ିଯାଉଛି ବୋଲି ଭାରତ କହିଛି। ଭାରତ ବିରୋଧରେ ଏଭଳି ବିଭ୍ରାନ୍ତିକର ତଥ୍ୟ ପରିବେଷଣକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ସରକାର ଜାତିସଂଘକୁ ସତର୍କ କରିଛନ୍ତି ।

Share Now:

Kalinga News Beuro

Leave a Reply

Next Post

୧୮ ବଦଳରେ ୨୧ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ

Sat Jun 16 , 2018
ଭୁବନେଶ୍ୱର: ମୌସୁମୀ ବାୟୁ ଓ ତତ୍‌ଜନିିତ ବର୍ଷା ରାଜ୍ୟରେ ପହଞ୍ଚି ସାରିଥିଲେ ମଧ୍ୟ ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଜ୍ୟର ୧୦ରୁ ଊର୍ଧ୍ୱ ସହରର ତାପମାତ୍ର ୪୦ ଡିଗ୍ରି ସେଲସିୟସ ଉପରେ ଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରି ସେଲସିୟସ ଛୁଇଁଛି। ଏହା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ପରିସ୍ଥିତିରେ ରାଜ୍ୟର ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଆଖିଆଗରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial