ଭୁବନେଶ୍ବରରେ ପହଞ୍ଚିଲେ ବାବୁସାନ : ଦୁଇଦିନ ପରେ ରଖିବେ ପ୍ରତିକ୍ରିୟା

ଭୁବନେଶ୍ବରରେ ପହଞ୍ଚିଲେ ବାବୁସାନ

ଭୁବନେଶ୍ବର: ଅବଶେଷରେ ଆଜି ସକାଳ ପ୍ରାୟ ୮ଟା ୪୦ ମିନିଟ ସମୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍। ତାଙ୍କୁ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କେବଳ ଏତିକି କହିଥିଲେ ଯେ ମୋତେ ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ। ତେବେ‌ ଯାହା କହିବା କଥା ତାହା ଠିକ୍ ସମୟରେ କହିବି। ସୂଚନାଯୋଗ୍ୟ, ଗତକାଲି ସେ ଭୁବନେଶ୍ବରକୁ ଆସୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଇଣ୍ଡିଗୋ ବିମାନରେ ସେ ଚେନ୍ନାଇରୁ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଅଶା କରାଯାଉଥିଲା। ହେଲେ ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ସେଥିରୁ ଯାତ୍ରୀମାନେ ବାହାରକୁ ଆସିଥିଲେ ମଧ୍ୟ ବାବୁସାନୁ ବିମାନରୁ ଓହ୍ଲାଇବାର କେହି ଦେଖିବାକୁ ପାଇଲେନି। ଏଣେ ଓହ୍ଲାଇଥିବା କିଛି ଯାତ୍ରୀ ବାବୁଙ୍କୁ କେବଳ ଚେନ୍ନାଇରେ ଦେଖିଥିବା କହିଥିଲେ। ଚେନ୍ନାଇ ବିମାନ ବନ୍ଦରର ସ୍ମୋକିଂ ଜୋନରେ ଦେଖିଥିବା ଜଣେ ଯାତ୍ରୀ କହିଥିଲେ। ଚେନ୍ନାଇର ଉତ୍କଳ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସମାରୋହରେ ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ୍’ର ପ୍ରମୋସନ୍ ଲାଗି ଚେନ୍ନାଇ ଯାଇଥିଲେ ସେ। କିନ୍ତୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ଏହାପରେ ଚର୍ଚ୍ଚା ହୋଇଥିଲା କି ସେ ଯେଉଁ ହୋଟେଲରେ ରହୁଥିଲେ ସେଠାରୁ ଅନ୍ୟତ୍ର ଚାଲିଯାଇଥିଲେ। ତେବେ ଆଜି ସକାଳେ ପ୍ରକୃତି ମିଶ୍ରଙ୍କ ବାପା ତଥା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ବାବୁସାନ ଚେନାଇରେ ଥିବା ସ୍ପଷ୍ଟ କରିଥିଲେ। ତେଣୁ ଚେନ୍ନାଇ ବିମାନ ବନ୍ଦରରେ ଦେଖାଯିବା ପରେ ଏବେ ଆଶା କରାଯାଉଛି ବାବୁସାନ୍ ଭୁବନେଶ୍ବର ଆସୁଛନ୍ତି। ଅନ୍ୟପଟରେ ବାବୁସାନଙ୍କ ଫେରିବା ବାଟକୁ ପତ୍ନୀ ତୃପ୍ତି, ବାପା ଉତ୍ତମ ମହାନ୍ତି ଓ ମା’ ଅପରାଜିତା ମହାନ୍ତି ଅପେକ୍ଷା କରିଛନ୍ତି। ପୂର୍ବରୁ ଅପରାଜିତା ମହାନ୍ତି ଗଣମାଧ୍ୟମକୁ କହିଥିଲେ ଯେ, ବାବୁସାନ୍‌ ଭଲ ପିଲା। ସେ ଆମ ପାଖକୁ ଖୁବ ଶୀଘ୍ର ଫେରିଆସିବ।
ଏଣେ, ଗତ ୨୩ ତାରିଖ ସକାଳେ ଓଡ଼ିଆ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାଡ଼ମାରିବା ସହ ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଘଟଣା ପରେ ଷ୍ଟାର ପରିବାର ମଧ୍ୟରେ ବିବାଦ ବଢ଼ିଥିଲା। ବାବୁସାନ୍‌ ଓ ପ୍ରକୃତି ମିଶ୍ରଙ୍କ ସଂପର୍କ ନେଇ ପାରିବାରିକ ବିବାଦ ବଢ଼ିବାରେ ଲାଗିଥିଲା। ଉଭୟ ପରିବାର ପକ୍ଷରୁ ଆରୋପ ପ୍ରତ୍ୟାରୋପ ହୋଇଥିଲା। କିନ୍ତୁ ନିଜ ନିଜ ପ୍ରତିକ୍ରିୟାରେ ଉଭୟ ବାବୁସାନ୍‌ ଓ ପ୍ରକୃତି ମିଶ୍ର ଭଲ ବନ୍ଧୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ଭିଡିଓ ଜାରି କରି କହିଥିଲେ। ତେବେ ଏହି ଘଟଣାକୁ ନେଇ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଏହାରି ମଧ୍ୟରେ କମିସନରେଟ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ରେଲୱେ ମାର୍କେଟ୍‌ ଛକ ରାସ୍ତା ଶୋଚନୀୟ : ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ,୨୦୦ ମିଟର ରାସ୍ତା‌ରେ ୨୦୦ ଖାଲ

Wed Jul 27 , 2022
ଚନ୍ଦ୍ରଶେଖରପୁର: ୨୦୦ ମିଟର ରାସ୍ତାରେ ୨୦୦ରୁ ଉର୍ଦ୍ଧ୍ବ ଖାଲ। କେଉଁଠି ଛୋଟ ତ ଆଉ କେଉଁଠି ବଡ଼। ବାଇକ୍‌ ଚାଳକ ଟିକିଏ ଖାମଖିଆଲି ହେଲେ ମାଟି କାଦୁଅରେ ପଡ଼ିବା ସାର। ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ, ବରଂ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୯ ନମ୍ବର ୱାର୍ଡର ରେଲୱେ ମାର୍କେଟ୍‌ ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଡମଣା, ଗାଡ଼କଣ, ମଞ୍ଚେଶ୍ବର, ଭିଏସ୍‌ଏସ୍‌ନଗର, ରେଲୱେ କଲୋନିବାସୀଙ୍କ […]
ରେଲୱେ ମାର୍କେଟ୍‌ ଛକ ରାସ୍ତା ଶୋଚନୀୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial