ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ : ସ୍କାଏମେଟ୍

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ

ଭୁବନେଶ୍ବର : ଚଳିତ ଅଗଷ୍ଟ ମାସରେ ବଙ୍ଗୋପସାଗର ବେଶ ଚଳଚଞ୍ଚଳ ରହିଛି। ଗୋଟିକ ପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି। ଚଳିତ ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ସ୍କାଏମେଟ ରିପୋର୍ଟ ଅନୁସାରେ ପ୍ରଥମ ଲଘୁଚାପଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଅଗଷ୍ଟ ୨୩ ତାରିଖ ସୁଦ୍ଧା ସୃଷ୍ଟି ହେବ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ସେତେଟା ପଡ଼ିବ ନାହିଁ। କାରଣ ଏହା ଉତ୍ତରପୂର୍ବ ବଙ୍ଗୋପସାଗର ମ୍ୟାମାର ଓ ବାଂଲାଦେଶ ଉପକୂଳରେ ସୃଷ୍ଟି ହେବ। ତେବେ ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହେବ। ଏହା ଏକ ଶକ୍ତିଶାଳୀ ଲଘୁଚାପରେ ପରିଣତ ହେବାର କମ୍ ସମ୍ଭାବନା ଥିଲେ ବି ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ରହିବ ଓ ପ୍ରବଳ ବର୍ଷା ହେବ। ବିଶେଷକରି ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସ୍କାଏମେଟ କହିଛି। ୨୭ ଓ ୨୮ ତାରିଖ ବେଳକୁ ଏହି ଲଘୁଚାପ ମଧ୍ୟ-ଭାରତ ଆଡ଼କୁ ଗତି କରିବ ଓ ପଶ୍ଚିମ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବର୍ଷା କରାଇବ। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ବୃଷ୍ଟିପାତ ପରିମାଣ କମିବ।

Share Now:

Kalinga News Beuro

Next Post

ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତ୍ୟା ମାମଲା: ବ୍ଲାକମେଲ କରୁଥିଲେ ପୁରୁଷ ବନ୍ଧୁ

Mon Aug 22 , 2022
ଭୁବନେଶ୍ବର: ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ଯେ ବ୍ଲାକମେଲ କରିବାରୁ ଝିଅ ଶ୍ଵେତା ଆତ୍ମହତ୍ୟା କରିଛି। ଏହି ଅଭିଯୋଗ ଆଧାରରେ ୩୦୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ। ଡାଏରିରେ ପୁରୁଷ ବନ୍ଧୁ ସୌମ୍ୟଜିତ ନାମକ ଜଣେ ଇଞ୍ଜିନିଅରଙ୍କୁ ଭଲ ପାଉଥିଲେ ବୋଲି ଶ୍ଵେତା ଉଲେଖ କରିଥିଲେ। ସୌମ୍ୟଜିତ ମହାପାତ୍ରଙ୍କ […]
ଶ୍ଵେତାଙ୍କ ଆତ୍ମହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial