‘ମେମୁ’ ଟ୍ରେନ୍‌ ସେବା ବ୍ରହ୍ମପୁରରୁ ଆରମ୍ଭ

ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ ଟ୍ରେନ୍‌ ଚଳାଚଳ। ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏଇ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ। ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା ୩୦ରେ କଟକରେ ଏହି ଟ୍ରେନ୍‌ ପହଞ୍ଚିବ। ସୋମବାରରୁ ଶନିବାର ସପ୍ତାହକୁ ୬ ଦିନ ବ୍ରହ୍ମପୁର ଓ କଟକ ମଧ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ମେମୁ ଟ୍ରେନ୍‌।

ଶନିବାର ବ୍ରହ୍ମପୁରରୁ ଖୋର୍ଦ୍ଧା ଏବଂ ରବିବାର ଖୋର୍ଦ୍ଧା ଓ ବ୍ରହ୍ମପୁର ମଧ୍ୟରେ ମେମୁ ସ୍ପେସାଲ ଟ୍ରେନ୍‌ ଚଳାଚଳ କରିବ। ଏହି ନୂତନ ଟ୍ରେନ୍‌ରେ ୧୨ଟି ମେମୁ କୋଚ୍‌ ରହିଛି। ଏହି ଟ୍ରେନ୍‌ରେ ବଗି ଗୁଡ଼ିକରେ ଯାତ୍ରୀଙ୍କ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତମ ଶୌଚାଳୟର ବ୍ୟବସ୍ଥା ମଧ୍ୟ ଏହି ଟ୍ରେନ୍‌ରେ ରହିଛି। ଭିଡ଼ ଏଡାଇବା ଲକ୍ଷ୍ୟରେ ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି।

ମେମୁ କ’ଣ?

ମେମୁ ହେଉଛି Mainline Engine Multiple Unit। ମେମୁ ଟ୍ରେନ୍‌ର ଉଭୟ ପଟେ ଇଞ୍ଜିନ୍ ରହିଛି। ତେଣୁ ଇଞ୍ଜିନ୍ ବଦଳାଇବାକୁ ପଡିନଥାଏ ଓ ଏହା ଦ୍ରୁତ ଗତିରେ ଚାଲିଥାଏ।

ସୂଚନାଯୋଗ୍ୟ, ରଥଯାତ୍ରା ପୂର୍ବରୁ ପୂର୍ବତଟ ରେଳପଥରେ ‘ମେମୁ ଟ୍ରେନ୍’ ଚାଲିବ ବୋଲି ଗତ ଏପ୍ରିଲ୍ ମାସରେ ପୂର୍ବତଟ ରେଳବାଇ ଜିଏମ୍ ଉମେଶ ସିଂହ ଏନେଇ ସୂଚନା ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଲଙ୍ଗଳା ହେବେ ସୋନା?

Fri Jun 22 , 2018
ଭୁବନେଶ୍ୱର: ଭକ୍ତ ସାଲବେଗଙ୍କ ରଚିତ ଜଗନ୍ନାଥ ଜଣାଣ “ଆହେ ନୀଳ ଶଇଳ”କୁ ବିକୃତ ଢଙ୍ଗରେ ଗାଇବା ପରଠାରୁ ବିବାଦ ସୋନା ମହାପାତ୍ରଙ୍କ ପିଛା ଛାଡ଼ୁନି। ସୋସିଆଲ ମିଡିଆରେ ସୋନା ପ୍ରବଳ ମାତ୍ରାରେ ଟ୍ରୋଲ୍ ବା ସମାଲୋଚିତ ହେଉଛନ୍ତି। ଗଣମାଧ୍ୟମ ଗୁଡ଼ିକରେ ତୀବ୍ର ସମାଲୋଚନାର ଶିକାର ହେବାପରେ ନିଜେ ସୋନା ବି ବିଚଳିତ ହୋଇପଡ଼ିଛନ୍ତି। ପ୍ରତିବାଦରେ ସେ ମଧ୍ୟ ସୋସିଆଲ୍ ମିଡିଆରେ ଅତ୍ୟନ୍ତ କ୍ରୋଧର ସହ ସମସ୍ତଙ୍କୁ ଗାଳି ଦେଇ କିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial