କ୍ୟାପିଟାଲ ହସ୍ପିଟାଲ୍‌ ବୁଲିଲେ ସ୍ବାସ୍ଥ୍ୟ ସଚିବ

କ୍ୟାପିଟାଲ ହସ୍ପିଟାଲ୍‌ ବୁଲିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ସଚିବ ପଦ​ରେ ଅଧିଷ୍ଠିତ ହେବା ପରେ ପ୍ରଥମ କରି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଶାଲିନୀ ପଣ୍ଡିତ୍। ଆଜି ସଚିବଙ୍କ ସହ ନିର୍ଦ୍ଦେଶିକା ଡି. ବୃନ୍ଦା କ୍ୟାପିଟାଲ ହସ୍ପିଟାଲ ମଧ୍ୟରେ ଚାଲିଥିବା ବିଭିନ୍ନ ନିର୍ମା​ଣାଧୀନ ପ୍ରକଳ୍ପ ବୁଲି ଦେଖିଥିଲେ। ଶ୍ରୀମତୀ ପଣ୍ଡିତ୍ ଟ୍ରମା କେୟାର ସେଣ୍ଟର, ପିଜିଆଇଏମ୍‌ଏସ୍‌ଆରର ବିଭିନ୍ନ ପ୍ରକଳ୍ପ ବୁଲି ସେଠାରେ ନିଯୁକ୍ତ ଥିବା ଯନ୍ତ୍ରୀଙ୍କ ସହ ଆଲୋଚନା କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସାରିବାକୁ ନିର୍ଦ୍ଦେ​ଶ ଦେଇଥିଲେ। ଏହାସହ ପିଜିଆଇଏମ୍‌ଏସ୍‌ଆର ବିଭିନ୍ନ ଅନ୍ୟସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେହିପରି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦ୍ଦେଶିକା ଡି. ବୃନ୍ଦା ହସ୍ପିଟାଲରେ କାର୍ଯ୍ୟକାରୀ ହେଉଥିବା​ ଏନ୍‌ଏଚ୍‌ଏମ୍ ଯୋଜନା ସଂପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ରାତିରେ ଖୋର୍ଦ୍ଧା‌ ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କ୍ୟାପିଟାଲ ହସ୍ପିଟାଲକୁ ଆସି କାଜୁଆଲିଟି ଓ ଆହାର କେନ୍ଦ୍ର ବୁଲି ଦେଖିଥିଲେ।

Share Now:

Kalinga News Beuro

Next Post

ନାବାଳକକୁ ହାତକଡ଼ା ପକାଇ ହଟହଟା ପୁଲିସବାବୁ : ବର୍ଷିଲେ ବିଚାରପତି

Fri Sep 23 , 2022
ଭୁବନେଶ୍ବର : ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ଉକ୍ତ ନାବାଳକଙ୍କୁ ଆସନ୍ତାକାଲି ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବାକୁ ଆଦେଶ ଦେଇଛନ୍ତି। କୋର୍ଟଙ୍କ ବର୍ଷଣ ପରେ ସଂପୃକ୍ତ ଅଧିକାରୀ ନାବାଳକକୁ ଧରି ଥାନାକୁ ଫେରିଛନ୍ତି। ତେବେ […]
ହଟହଟା ପୁଲିସବାବୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial