ଓଡ଼ିଶା ପୁଲିସ ମୁଖ୍ୟାଳୟରେ ପୁଲିସ ସହିଦ ଦିବସ ପାଳିତ

ପୁଲିସ ସହିଦ ଦିବସ ପାଳିତ

କଟକ: କଟକ ପୁଲିସ ମୁଖ୍ୟାଳୟରେ ୬୩ତମ ପୋଲିସ ସହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଡିଜିପି ସୁନୀଲ କୁମାର ବଂଶଲ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ସହିଦ ପୁଲିସଙ୍କର ଉଦ୍ଦେଶ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା ପାଠ କରିବା ପରେ ନିଜ ସମ୍ଭାଷଣ ରଖିଥିଲେ ଡିଜିପି। ସହୀଦ ପୁଲିସ ପରିବାରକୁ ସମବେଦନା ଜ୍ଞାପନା କରିଥିଲେ ଡିଜିପି।

ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଅମର ସହିଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। ସହିଦ ପୁଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ତୋପ ସଲାମୀି ଦିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ, ମାଓ ଦମନ କ୍ଷେତ୍ରରେ ଓଡ଼ିଶା ପୁଲିସର ଭୂମିକାକୁ ପ୍ରଶଂସା କରିଥିଲେ।

Share Now:

Kalinga News Beuro

Next Post

୧୨ ଦିନର ଅସୁସ୍ଥତା ପରେ ନନ୍ଦନକାନନର ବାଘୁଣୀ ‘ବିଜୟା’ର ମୃତ୍ୟୁ

Sat Oct 22 , 2022
ବାରଙ୍ଗ: ୭ଟି ଶାବକକୁ ଜନ୍ମ ଦେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୨ ବର୍ଷର ଧଳା ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଛି। ସେ ଗତ ୧୧ ତାରିଖରୁ ଅସୁସ୍ଥ ହୋଇଖିଆପିଆ କରୁନଥିଲା। ସେ ରହୁଥିବା ସଫାରୀରୁ କ୍ଵାରେନଟାଇନ୍ କକ୍ଷକୁ ଆଣି ଚିକିତ୍ସାଧିନ ଅବସ୍ଥାରେ ରଖାଯାଇଥିଲା। ତାକୁ ଆଣ୍ଟିବାୟୋଟିକ ଓ ଆଣ୍ଟିଟ୍ରେସ ଦେଇ ଚିକିତ୍ସା କରାଯାଇଥିଲା। ଅବସ୍ଥାରେ ସୁଧାର ଆସି ଖିଆପିଆ କରିବାରୁ ଗୁରୁବାର ଖୁଆଡକୁ ଅଣାଯାଇଥିଲା। ଆଜି ସେଠାରେ ତାର ମୃତ୍ୟୁ […]
ବାଘୁଣୀ ‘ବିଜୟା’ ୧୨ ଦିନର ଅସୁସ୍ଥତା ପରେ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial