୧୨ ଦିନର ଅସୁସ୍ଥତା ପରେ ନନ୍ଦନକାନନର ବାଘୁଣୀ ‘ବିଜୟା’ର ମୃତ୍ୟୁ

ବାଘୁଣୀ ‘ବିଜୟା’ ୧୨ ଦିନର ଅସୁସ୍ଥତା ପରେ ମୃତ୍ୟୁ

ବାରଙ୍ଗ: ୭ଟି ଶାବକକୁ ଜନ୍ମ ଦେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୨ ବର୍ଷର ଧଳା ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଛି। ସେ ଗତ ୧୧ ତାରିଖରୁ ଅସୁସ୍ଥ ହୋଇଖିଆପିଆ କରୁନଥିଲା। ସେ ରହୁଥିବା ସଫାରୀରୁ କ୍ଵାରେନଟାଇନ୍ କକ୍ଷକୁ ଆଣି ଚିକିତ୍ସାଧିନ ଅବସ୍ଥାରେ ରଖାଯାଇଥିଲା। ତାକୁ ଆଣ୍ଟିବାୟୋଟିକ ଓ ଆଣ୍ଟିଟ୍ରେସ ଦେଇ ଚିକିତ୍ସା କରାଯାଇଥିଲା। ଅବସ୍ଥାରେ ସୁଧାର ଆସି ଖିଆପିଆ କରିବାରୁ ଗୁରୁବାର ଖୁଆଡକୁ ଅଣାଯାଇଥିଲା। ଆଜି ସେଠାରେ ତାର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ତାର ଶବ ବ୍ୟବଚ୍ଛେଦ ଲାଗି ରଖାଯାଇଛି।
ବିଜୟା ଗତ ୨୦୧୦ ମସିହା ମାର୍ଚ୍ଚ ମାସ ୧ ତାରିଖରେ ନନ୍ଦନକାନନରେ ସର୍ବାଧିକ ୨୨ ବର୍ଷ ବଞ୍ଚି ରହିବାର ରେକର୍ଡ କରିଥିବା ଧଳା ରଙ୍ଗର ବାଘୁଣୀ କୁସୁମ ଗର୍ଭରୁ ସାଧାରଣ ନାଲି ରଙ୍ଗର ମାହାବଳ ବାଘ ନିଶାନ ମିଳନରୁ ଜନ୍ମଲାଭ କରିଥିଲା। ବିଜୟା ଗର୍ଭରୁ ପର୍ଯ୍ୟାୟକ୍ରମେ ତିନିଥରରେ ମୋଟ ୭ଟି ଶାବକ ଜନ୍ମ ନେଇଛନ୍ତି। ସେ ମଧ୍ୟରୁ ଗତ ୨୦୧୬ ମସିହା ଅଗଷ୍ଟ ୯ ତାରିଖରେ ପ୍ରଥମ ଗର୍ଭରୁ ସାଧାରଣ ନାଲି ରଙ୍ଗର ମହାବଳ ବାଘ ରୋଷନ ମିଳନରୁ ସାଧାରଣ ନାଲି ରଙ୍ଗର ଆଦିତି ଓ ଧଳା ରଙ୍ଗ ସାହିଲକୁ ଜନ୍ମ ଦେଇଥିଲା। ଦ୍ବିତୀୟ ଗର୍ଭରୁ ୨୦୧୮ ସେପ୍ଟେମ୍ବର ୨୩ ତାରିଖରେ ରୋଷନ ମିଳନରୁ ଧଳା ରଙ୍ଗର ରୂପା ଓ ନାଲି ରଙ୍ଗର ରାଜେଶ ଶାବକଙ୍କୁ ଜନ୍ମ ଦେଇଥିଲା। ତୃତୀୟ ଗର୍ଭରୁ ୨୦୨୧ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ସାଧାରଣ ରଙ୍ଗର ମହାବଳ ବାଘ ସେଫ ମିଳନରୁ ରକି,ବଂଶୀ ଓ ରାକେଶ ୩ଟି ସାଧାରଣ ନାଲି ରଙ୍ଗର ଛୁଆଙ୍କୁ ଜନ୍ମ ଦେଇଛି।

Share Now:

Kalinga News Beuro

Next Post

ଅରୁଣାଚଳ ହେଲିକପ୍ଟର ଦୁର୍ଘଟଣା : ପାଇଲଟ୍ ଜରୁରୀକାଳୀନ ସୂଚନା ପଠାଇଥିଲେ

Sat Oct 22 , 2022
ନୂଆଦିଲ୍ଲୀ : ଶୁକ୍ରବାର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାକୁ ନେଇ କେତେକ ନୂଆ ତଥ୍ୟ ଆସିଛି। ହେଲିକାପ୍ଚର ଦୁର୍ଘଟଣା ହେବା ପୂର୍ବରୁ ପାଇଲଟଙ୍କ ପକ୍ଷରୁ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ‘ମେ ଡେ କଲ୍’ କରାଯାଇଥିଲା। ବିମାନର ପାଇଲଟ କିମ୍ବା ଜାହାଜର ଚାଳକ ବିପଦରେ ପଡ଼ିବା ପରେ ଉଦ୍ଧାର ପାଇଁ ଏପରି ସିଗନାଲ ଦେଇଥାନ୍ତି। ଏଥିରୁ ଜଣାପଡ଼ୁଛି ଯେ ହେଲିକାପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିଲା […]
ଅରୁଣାଚଳ ହେଲିକପ୍ଟର ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial