ବିଧାୟକ ସନା ମହାକୁଡ଼ଙ୍କୁ ଇଡିର ଜେରା

ଭୁବନେଶ୍ୱର : ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ( ଇଡି) ଜେରା କରିଛି। ବିଧାୟକ ଶ୍ରୀ ମହାକୁଡ଼ କେତେକ କାଗଜପତ୍ର ଇଡିରେ ଦାଖଲ କରିଛନ୍ତି। ଗତ ଏକ ସପ୍ତାହ ତଳେ ବିଧାୟକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଅନୁପସ୍ଥିତ ରହୁଥିଲେ। ଆଜି ଦିନ ପ୍ରାୟ ୧୧ଟାବେଳେ ସେ ଇଡିରେ ହାଜର ହୋଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଇଡିର ଜଣେ ଅଧିକରୀ କହିଛନ୍ତି, ମହାକୁଡ଼ ଦାଖଲ କରିଥିବା କାଗଜପତ୍ରର ତର୍ଜମା କରାଯାଉଛି।

Share Now:

Kalinga News Beuro

Leave a Reply

Next Post

କାମ ଦେଉନି କଳାଧନ ଛାଟ

Fri Jun 29 , 2018
ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢ଼ିଲା ୫୦% , ୨୦୧୭ରେ ଜମା ପରିମାଣ ୭୦୦୦ କୋଟି ଟଙ୍କା ଜୁରିକ୍‌/ନୂଆଦିଲ୍ଲୀ : ବିଦେଶରେ ଜମା ହେଉଥିବା କଳାଧନ ଉପରେ ଅଙ୍କୁଶ ଲଗାଇବା ଲାଗି ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଉ କାମ ଦେଉନି। ସନ୍ଦିଗ୍‌ଧ କଳାଧନ ଉପରେ ତନାଘନା ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ୨୦୧୬ରେ ଏଥିରେ ବ୍ରେକ୍‌ ଲାଗିଥିଲେ ମଧ୍ୟ ଗତ ବର୍ଷ ଏହା ୫୦ ଭାଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial