ଭୁବନେଶ୍ୱର: ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା, ପାର୍କିଂ ଆଦି ପ୍ରସଙ୍ଗରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇଥିଲେ। ବିଧାୟକଙ୍କ ସହ ବାଲିଯାତ୍ରା କମିଟିର କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସୂଚନାଯୋଗ୍ୟ, ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ୨୦୧୯ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲୁଥିବା ବେଳେ ଗତ ୨ ବର୍ଷ ହେଲା କରୋନା ପାଇଁ ବନ୍ଦ ଥିଲା। ଓଡ଼ିଶାର ଐତିହ, କଳା, ପରମ୍ପରା ,ଏକତାର ବାର୍ତ୍ତା ଦେବା ପାଇଁ କମିଟିର ସମସ୍ତ ସଦସ୍ୟ ବଦ୍ଧପରିକର ଥିବା କହିଛନ୍ତି। ୮ ଦିନ ଧରି ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ୩୦୦ରୁ ଉର୍ଦ୍ଧ୍ବ ଷ୍ଟଲ ପଡ଼ିବ। ପିଲାଙ୍କ ମନୋରଂଜନ ପାଇଁ ମୀନାବଜାରର ବ୍ୟବସ୍ଥା କରାଯାଇଛି। ଆଜିର ଏହି ବୈଠକରେ ଅତିରିକ୍ତ ଡିସିପି, ଏସିପି ଜୋନ ୫, ଟ୍ରାଫିକ ଡିସିପି ଓ ମଞ୍ଚେଶ୍ୱର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜଧାନୀରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ : ବିଭିନ୍ନ ସମସ୍ୟା ନେଇ ଡିସିପିଙ୍କ ଦୃଷ୍ଟି ଆକର୍ଷଣ
Share Now: