ହାରିଗଲେ ଦଳପତି

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ହାତକୁ ଯାଇଛି ଶାସନ ଡୋର। ଜନାଦେଶ ଯାଇଛି ପଦ୍ମ ସପକ୍ଷରେ। ଗୁଜୁରାଟରେ ପୂର୍ବଭଳି ଭାଜପା ସରକାର ଗଢୁଥିବା ବେଳେ ହିମାଚଳପ୍ରଦେଶରେ କଂଗ୍ରେସକୁ ଧୂଳି ଚଟାଇ ସତ୍ତାରୁଢ ହେବ ବିଜେପି। ଦୁଇ ରାଜ୍ୟର ଭୋଟ୍‌ଗଣନା ପରେ ଏ କଥା ସ୍ପଷ୍ଟ ହୋଇଛି ଯେ, ହିମାଚଳରେ ଭାଜପାକୁ ଅଧିକ ରାଜନୈତିକି ଫାଇଦା ମିଳିଥିବା ବେଳେ ଗୁଜରାଟରେ ସ୍ଥିତି ବଜାଏ ରଖିବାକୁ ପଦ୍ମଦଳିଆଙ୍କୁ ବହୁକଷ୍ଟ କରିବାକୁ ପଡିଛି। ହେଲେ ହିମାଚଳରେ ନିଦ୍ୱନ୍ଦ୍ୱରେ ସତ୍ତାରୁଢ ହେବାକୁ ଥିବା ବିଜେପିର ମୁଖିଆ ହାରିଯାଇଛନ୍ତି।  ଯାହା ବିଜେପି ପାଇଁ ଏବେ ଚିନ୍ତାର କାରଣ ହେବ।

ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମାଲ ହିଁ ବିଜେପି ପକ୍ଷରୁ ହିମାଚଳ ପ୍ରଦେଶରେ ଶାସନ ମଙ୍ଗ ଧରିଥାନ୍ତେ। ହେଲେ ଜନାଦେଶ ତାଙ୍କ ବିପକ୍ଷରେ ଯାଇଛି। ସୁଜାନପୁର ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢୁଥିବା ଏହି ହେଭିୱେଟ୍‌ କଂଗ୍ରେସ ନେତା ରାଜିନ୍ଦର ସିଂଙ୍କଠାରୁ ପରାସ୍ତ ହୋଇଛନ୍ତି।

ଦଳର ମୁଖ୍ୟମନ୍ତ୍ରୀ ପଦବୀ ଲାଗି ଧୂମାଲ ହିଁ ପ୍ରଥମ ପସନ୍ଦ ରହିଥିବା ବେଳେ ଏବେ ତାଙ୍କ ସ୍ଥାନରେ ନୂଆମୁହଁ ଦେଖିବାକୁ ମିଳିବ। ତାଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Leave a Reply

Next Post

ବାଂଲା ନେତାଙ୍କ ଅନ୍ତ୍ୟେଷ୍ଟିିରେ ଲାଠିମାଡ଼:ଦଳାଚକଟାରେ୧୦ ମୃତ, ୧୫ ଗୁରୁତର

Tue Dec 19 , 2017
ନୂଆଦିଲ୍ଲୀ: ବାଂଲାଦେଶର ଜଣେ ରାଜନେତାଙ୍କ ଅନ୍ତ୍ୟେଷ୍ଟି ଭୋଜିରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସ ଲାଠି ଚାର୍ଜ କରିବାରୁ ଦଳାଚକଟାରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର ଶାସକ ଆଓ୍ଵାମି ଲିଗ୍‌ ପାର୍ଟିର ବରିଷ୍ଠ ନେତା ତଥା ଦେଶର ଦ୍ୱିତୀୟ ବୃହତ୍ତମ ସହରର ୩ ଥର ମେୟର ଥିବା ମୋହିଉଦ୍ଦିନ ଚୌଧୁରୀଙ୍କର ଗତ ଶୁକ୍ରବାର ମୃତ୍ୟୁ ହୋଇଥିଲା। ତେବେ ଜମଲ ଖାନ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial