ମନ୍ତ୍ରୀ ବୁଝିପାରୁନାହାନ୍ତି ହିନ୍ଦୀ ଭାଷା

ମନ୍ତ୍ରୀ ବୁଝିପାରୁନାହାନ୍ତି ହିନ୍ଦୀ ଭାଷା

ମୁଖ୍ୟ ଶାସନ ସଚିବଙ୍କୁ ବଦଳାଇବାକୁ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସ୍ଥାନୀୟ ମିଜୋ ଭାଷା ଜାଣିଥିବା ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି ଯେ ରାଜ୍ୟର ମନ୍ତ୍ରୀମାନେ ହିନ୍ଦୀ ଜାଣନ୍ତି ନାହିଁ ଓ ଅନେକ ମନ୍ତ୍ରୀ ଅଛନ୍ତି ଯେଉଁମାନେ ଇଂରାଜୀ ମଧ୍ୟ ଜାଣନ୍ତି ନାହିଁ। ଏଭଳି ପରିସ୍ଥିତିରେ କେନ୍ଦ୍ର ଏହାର ଆଦେଶ ବଦଳାଇ ମିଜୋ ଭାଷାରେ କାର୍ଯ୍ୟ କରିବାର ଅଭିଜ୍ଞତା ନଥିବା ମୁଖ୍ୟ ଶାସନ ସଚିବଙ୍କୁ ବଦଳାଇବା ଉଚିତ୍। ରେନୁ ଶର୍ମାଙ୍କ ସ୍ଥାନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜେସି ରାମଥାଙ୍ଗାଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିବାକୁ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି। ୨୯ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଅକ୍ଟୋବର ୨୮ରେ, ୧୯୮୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରେଣୁ ଶର୍ମାଙ୍କୁ ମିଜୋରାମର ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ କରିଥିଲେ। ନଭେମ୍ବର ୧ରେ ସେ ଏହି ପଦ ଗ୍ରହଣ କରିଥାନ୍ତେ। ତେବେ ମିଜୋରାମ ସରକାର ଜେସି ରାମଥାଙ୍ଗାଙ୍କୁ ନଭେମ୍ବର ୨ରୁ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ, ବର୍ତ୍ତମାନ ମିଜୋରାମଙ୍କର ଦୁଇଜଣ ମୁଖ୍ୟ ଶାସନ ସଚିବ ଅଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି, ଯେ ‘ଅଧିକାଂଶ ମିଜୋ ଲୋକ ହିନ୍ଦୀ ଭାଷା ଜାଣନ୍ତି ନାହିଁ ଏବଂ ମୋ କ୍ୟାବିନେଟରେ କେହି ହିନ୍ଦୀ ବୁଝନ୍ତି ନାହିଁ। କେତେକ ମନ୍ତ୍ରୀଙ୍କୁ ଇଂରାଜୀ ବୁଝିବାରେ ମଧ୍ୟ ସମସ୍ୟା ରହିଛି। ଏଭଳି ପରିବେଶରେ ମନ୍ତ୍ରୀଙ୍କ ସହ ଜଣେ ମୁଖ୍ୟ ଶାସନ ସଚିବ ଯିଏ ମିଜୋ ଭାଷା ଜାଣନ୍ତି ନାହିଁ ତାହା କଦାପି ପ୍ରଭାବଶାଳୀ ହୋଇପାରିବ ନାହିଁ। ‘ତେଣୁ ଅମିତ ଶାହା ନିଶ୍ଚିତ ଭାବରେ ଏହି ପ୍ରସଙ୍ଗରେ ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Share Now:

Kalinga News Beuro

Next Post

ଶେଷ ହେଲା ଭିଜିଲାନ୍ସ ଚଢ଼ାଉ : ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଟକା

Wed Nov 10 , 2021
ଭୁବନେଶ୍ୱର: ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ଶେଷ ହୋଇଛି। କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା। ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଥିବାବେଳେ ତାଙ୍କୁ ଅଟକ ରଖି ଭିଜିଲାନ୍ସ ପଚରାଉଚୁରା କରୁଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତାପଙ୍କ ୨୫ଟି ଜମିର ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ଗୋଠପାଟଣାରେ ଥିବା […]
ଶେଷ ହେଲା ଭିଜିଲାନ୍ସ ଚଢ଼ାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial