ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି : ସୁରକ୍ଷା ଦାୟିତ୍ୱରେ ଥିବା ୧୫ ପୁଲିସ କର୍ମଚାରୀ ଅନୁପସ୍ଥିତ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି

ନୂଆଦିଲ୍ଲୀ: ଶନିବାର ଦିନ ଗ୍ରେଟର୍‌ ନଏଡ଼ାର ‘ଇଣ୍ଡିଆ ଏକ୍‌ସ୍‌ପୋ ମାର୍ଟ’ର ‘ଜଳ ସପ୍ତାହ କାର୍ଯ୍ୟକ୍ରମ’ର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାଇତ୍ୱରେ ମୁତୟନ କରାଯାଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ସେତେବେଳେ ୧୫ଜଣ ଅନୁପସ୍ଥିତ ଥିବା କଥା ଗ୍ରେଟର୍‌ ନଏଡ଼ାର ‘ଡିସିପି’ ଅଭିଷେକ ବର୍ମାଙ୍କ ତଦନ୍ତରୁ ଜଣାପଡ଼ିଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାଇତ୍ୱ ନ୍ୟସ୍ତ କରାଯାଇଥିବା ପୁଲିସ କର୍ମଚାରୀଙ୍କ ଉପରେ ତଦନ୍ତ କରାଯିବା ପରେ ଜଣାପଡ଼ିଛି ଯେ, ୨ଜଣ ଥାନା ଅଧିକାରୀ, ‘ଆଇଟି ସେଲ୍‌’ରେ ନିଯୁକ୍ତ ଜଣେ ଇନ୍‌ପେକ୍ଟର୍‌, ଜଣେ ସବ୍‌-ଇନ୍‌ପେକ୍ଟର୍‌, ଜଣେ ମହିଳା ସବ୍‌-ଇନ୍‌ପେକ୍ଟର୍‌, ୬ଜଣ ହେଡ୍‌ କନେଷ୍ଟବଳ, ୪ଜଣ ମହିଳା କନେଷ୍ଟବଳ ଅନୁପସ୍ଥିତ ଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ନିର୍ଦ୍ଧାରିତ ସମୟ ବହୁ ବିଳମ୍ବରେ ଉପରୋକ୍ତ ପୁଲିସ ଅଧିକାରୀମାନେ ଡିୟୁଟିରେ ପହଞ୍ଚିଥିଲେ। ସେ ସମସ୍ତଙ୍କର ଅନୁପସ୍ଥିତ ତାଲିକା ପଞ୍ଜିକୃତ ହୋଇଛି। ପରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ଗ୍ରେଟର୍‌ ନଏଡ଼ା ପୁଲିସର ବରିଷ୍ଠ ଅଧିକାରୀମାନେ କଠୋର ସୁରକ୍ଷା ବ୍ୟବସ୍ଥା କରିଥିଲେ। ‘ଇଣ୍ଡିଆ ଏକ୍ସପୋ ମାର୍ଟ’ ଚତୁଃପାର୍ଶ୍ବରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସ୍ୱୟଂ ଅତିରିକ୍ତ ‘ଡିସିପି’ ବିଶାଳ ପାଣ୍ଡେ ନିରାପତ୍ତା ବ୍ୟବସ୍ଥାର ତତ୍ତ୍ୱାବଧାନ କରୁଥିଲେ। ଏହି ସମୟରେ ଉପରୋକ୍ତ ପୁଲିସ କର୍ମଚାରୀମାନେ ଅନୁପସ୍ଥିତ ଥିବା କଥା ସେ ଜାଣିପାରିଥିଲେ।

Share Now:

Kalinga News Beuro

Next Post

ବ୍ୟାଙ୍କ୍‌ରେ ୧୦ ଟନ୍‌ରୁ ଅଧିକ ସୁନା ଓ ନଗଦ ୧୫,୯୦୦ କୋଟି ଟଙ୍କା ଘୋଷଣା କଲା ‘ତିରୁପତି ଟେମ୍ପଲ୍‌ ଟ୍ରଷ୍ଟ୍‌’

Sun Nov 6 , 2022
ଅମରାବତୀ: ଶନିବାର ଦିନ ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍’ (ଟିଟିଡି) ସୂଚନା ସମ୍ବଳିତ ବିଜ୍ଞପ୍ତି ଏବଂ ମିଆଦି ଜମା ଓ ସୁନା ସମେତ ସମ୍ପତ୍ତି ତାଲିକା ପ୍ରକାଶ କରିଛି। ‘ଟିଟିଡି’ କହିଛି ଯେ, ୨୦୧୯ରୁ ଏବର ବୋର୍ଡ ତା’ର ନିବେଶ ମାର୍ଗଦର୍ଶିକାକୁ ସୁଦୃଢ଼ କରିଛି। ବଳକା ପାଣ୍ଠିକୁ ‘ଟିଟିଡି’ ଅଧ୍ୟକ୍ଷ ଏବଂ ବୋର୍ଡ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିରେ ନିବେଶ କରିବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଟ୍ରଷ୍ଟ୍‌ ଅସ୍ଵୀକାର […]
ସମ୍ପତ୍ତି ଘୋଷଣା କଲା ‘ତିରୁପତି ଟେମ୍ପଲ୍‌ ଟ୍ରଷ୍ଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial