ନିର୍ମାଣାଧୀନ ଅବସ୍ଥାରେ ଭୁଷୁଡ଼ିଗଲା କୁସେଇ ସେତୁ

ନିର୍ମାଣାଧୀନ ଅବସ୍ଥାରେ ଭୁଷୁଡ଼ିଗଲା କୁସେଇ ସେତୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ବେଲବାହାଳିରେ ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ। ଏହି ଘଟଣାରେ ଦୁଇ ଜଣ ଗୁରୁତର ଓ ଜଣେ ଆହତ ହୋଇଥିବାବେଳେ ସେମାନଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ ଅନେକ ଦିନ ବ୍ୟବଧାନ ପରେ ଏହି ସେତୁ ନିର୍ମାଣ ପୁଣି ଆରମ୍ଭ ହୋଇଥିଲା। ଆଜି ସକାଳୁ ଶ୍ରମିକମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ସ୍ପାନ ଅଧାରୁ ଭାଙ୍ଗି ଯାଇଛି। ତାହା ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡିଛି। କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲାର କଇଥବେଡା ଗ୍ରାମ ବୋଲି ସୂଚନା ରହିଛି। ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟଚକିତ ହେଉଥିବାବେଳେ ଠିକା ସଂସ୍ଥାର କାମକୁ ନେଇ ପ୍ରଶ୍ନ ଉଠିଛି। ଅଳ୍ପ ଦିନ ପରେ ଏହି ରାସ୍ତାରେ ଯାତାୟତ ଆରମ୍ଭ ହେବାକୁ ଥିବା ବେଳେ ଠିକାଦାରଙ୍କ ଏଭଳି କାମ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ।

Share Now:

Kalinga News Beuro

Next Post

ଫୁଟବଲ ବିଶ୍ବକପରେ ବଡ଼ ବିପର୍ଯ୍ୟୟ : ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ

Tue Nov 22 , 2022
ଦୋହା : କତାରରେ ଖେଳାଯାଉଥିବା ଫୁଟବଲ ବିଶ୍ବକପରେ ମଙ୍ଗଳବାରଦିନ ସବୁଠାରୁ ବଡ଼ ବିପର୍ଯ୍ୟୟ ହୋଇଛି। ସାଉଦି ଆରବ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ମେସି ମ୍ୟାଚର ଦଶମ ମିନିଟରେ ପେନାଲ୍ଟି ମାରି ନିଜ ଦେଶ ପାଇଁ ସ୍କୋର କରିଥିଲେ। ଏହି ଗୋଲ ସହିତ ସେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାତଟି ବିଶ୍ୱକପ ଗୋଲର ରେକର୍ଡର ସମକକ୍ଷ ହୋଇଛନ୍ତି। ଏହା ସହିତ ସେ ଆର୍ଜେଣ୍ଟିନାର […]
ବିଶ୍ବକପରେ ବଡ଼ ବିପର୍ଯ୍ୟୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial