ଲଗାଣ ବର୍ଷାରେ ବୁଡ଼ିଗଲା ବାଘୁଆ ପୋଲ

ଗଂଜାମ/ଆସିକା: ୨ ଦିନଧରି ଲାଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର ପ୍ରଭୂତ କ୍ଷତି ଘଟିଛି। ବନ୍ୟାଜଳ ଯୋଗୁ ଆସିକା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଅନେକ ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଛି। ଗାଁ-ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖାଲି ଚାଷଜମି ନୁହେଁ କବିସୂର୍ଯ୍ୟନଗର ବୁଡାମ୍ବା ବାଘୁଆ ପୋଲ ବି ବୁଡ଼ି ଯାଇଛି ବନ୍ୟାଜଳରେ। ଆସିକା ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଛି। ପଞ୍ଚାୟତର ଗୌଡଗୋଠ ନିକଟରେ ଘାଇ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ଥିବା ହଜାର ହଜାର ହେକ୍ଟର ଚାଷଜମିରେ ପାଣି ମାଡ଼ି ଯାଇଛି। ନିକଟରେ ଧାନ ତଳି ରୁଆ ଯାଇଥିବାରୁ ଏଗୁଡିକ ନଷ୍ଟ ହେବା ନେଇ ଚାଷୀ ଏବେ ଚିନ୍ତାରେ।


ଖାଲି ଧାନ ନୁହେଁ ଏଠାରେ ଆଳୁଚାଷ ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗୌଡଗୋଠ ଗ୍ରାମରେ ଅତି ଉଚ୍ଚ ଚେକ୍‌ଡ୍ୟାମ୍‌ ନିର୍ମାଣ ଯୋଗୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇ ଚଳିତ ବର୍ଷ ଏଭଳି ପରିସ୍ଥତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

Share Now:

Kalinga News Beuro

Leave a Reply

Next Post

ଫିଫା ବିଶ୍ୱକପ୍‌ : ଫ୍ରାନ୍ସର ଗୋଲରେ କ୍ରୋଏସିଆ ଚିତ

Mon Jul 16 , 2018
ହାରି କେନ୍‌ଙ୍କୁ (ଇଂଲଣ୍ଡ) ସ୍ୱର୍ଣ୍ଣ ଜୋତା, ଲୁକା ମୋଡ୍ରିକ୍‌ଙ୍କୁ (କ୍ରୋଏସିଆ) ସ୍ୱର୍ଣ୍ଣ ବଲ୍‌ ମସ୍କୋ : ରୁଷିଆ ରଣକ୍ଷେତ୍ରରେ ଫ୍ରାନ୍ସର ବାଜିମାତ୍‌। ଆର୍ଜେଣ୍ଟିନା ଓ ଇଂଲଣ୍ଡ ଭଳି ଅଭିଜ୍ଞ ତଥା ଶକ୍ତିଶାଳୀ ଦଳକୁ ଧରାଶାୟୀ କରିଥିବା ଚମତ୍କାରୀ କ୍ରୋଏସିଆକୁ ରବିବାର ଅନୁଷ୍ଠିତ ଫାଇନାଲରେ ୪-୨ ଗୋଲ୍‌ରେ ଧୂଳି ଚଟାଇ ଦ୍ୱିତୀୟବାର ବିଶ୍ୱ ବିଜୟୀ ହୋଇଛି ଫ୍ରାନ୍ସ। ପୂରା ପ୍ରତିଯୋଗିତାରେ ଅପରାଜେୟ ରହି ୩୨ ଦଳିଆ ମସ୍କୋ ମହାସମରର ଶ୍ରେଷ୍ଠ ଦଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial