ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ ବୈଠକ-1

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୭ଗୋଟି ପ୍ରକଳ୍ପକୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୧୭ଟି ପ୍ରକଳ୍ପ ମଧ୍ୟରେ କୃଷି ଓ କୃଷକ ସଶକ୍ତୀକରଣ, ପଞ୍ଚାୟତରାଜ ଓ ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା,ଇସ୍ପାତ ଓ ଖଣି ଓ ଜଳ ସଂପଦ ଆଦି ପ୍ରକଳ୍ପ ସାମିଲ ରହିଛି। ରାଜ୍ୟ କ୍ୟାବିନେଟ୍ ପାନୀୟ ଜଳ ପ୍ରକଳ୍ପ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦ୍ରାପଡ଼ା ଜିଲ୍ଲାରେ ୩ଟି ଓ ବାଲେଶ୍ବର ଜିଲ୍ଲାରେ ୨ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ମୋହର ମାରିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ୪ ଗୋଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପ ଦ୍ବାରା ଉପରୋକ୍ତ ଜିଲ୍ଲାର ୪ ଗୋଟି ବ୍ଲକ ଅଧିନରେ ଥିବା ୭୧ଟି ଗ୍ରାମାପଞ୍ଚାୟତ ଅନ୍ତର୍ଗତ ୨୭୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୨୨୦୪ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ କାମାକ୍ଷାନଗର ବ୍ଲକ ଅଧୀନରେ ଥିବା ୧୩ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୬ଟି ଗ୍ରାମର ପ୍ରାୟ ୫୨୯୧୪ ଜଣ, ପରଜଂଗ ବ୍ଲକ ଅଧୀନରେ ଥିବା ୨୯ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୯୨ଟି ଗ୍ରାମର ପ୍ରାୟ୧୩୫୨୪୩ ଜଣ, କଙ୍କଡାହାଡ ବ୍ଲକ ଅଧୀନରେ ଥିବା ୨୧ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୦୬ଟି ଗ୍ରାମର ପ୍ରାୟ ୯୬୯୭୩ ଜଣ ଓ ସଦର ବ୍ଲକ ଅଧୀନରେ ଥିବା ୮ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୭ଟି ଗ୍ରାମର ପ୍ରାୟ ୩୭,୦୭୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ।
କେନ୍ଦ୍ରାପଡ଼ା ଜିଲ୍ଲାର ୩‌ ଗୋଟି ବ୍ଲକ ଅଧୀନରେ ଥିବା ୭୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୨୨ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪୩୫୧୯୦ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ୨୯ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୩୮ଟି ଗ୍ରାମର ପ୍ରାୟ ୧୫୫୩୩୪ ଜଣ, ରାଜନଗର ବ୍ଲକ ଅଧୀନରେ ଥିବା ୨୯ଟି ପଞ୍ଚାୟତ ଅନ୍ତର୍ଗତ ୨୪୯ଟି ଗ୍ରାମର ପ୍ରାୟ ୧୬୮୭୧୨ ଜଣ ଓ ଗରଦପୁର ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତ ଅଧୀନରେ ଥିବା ୧୩୫ଟି ଗାଁର ୧୧୧୧୪୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ସେହିପରି ବାଲେଶ୍ବର ଜିଲ୍ଲାର ୩ଟି ବ୍ଲକ ଅଧୀନରେ ଥିବା ୪୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୦୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୬୨୦୯୩ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ ବାଲେଶ୍ବର ବ୍ଲକ ଅଧୀନରେ ଥିବା ୧୪ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୧ଟି ଗ୍ରାମର ପ୍ରାୟ ୧୦୧୩୨୧ଜଣ, ରେମୁଣା ବ୍ଲକ ଅଧୀନରେ ଥିବା ୨୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୬୦ଟି ଗ୍ରାମର ପ୍ରାୟ ୧୨୧୨୧୦ ଜଣ ଓ ଖଇରା ବ୍ଲକ ଅଧୀନରେ ଥିବା ୭ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୬୦ଟି ଗ୍ରାମର ୩୯,୫୬୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ।

Share Now:

Kalinga News Beuro

Next Post

ଆଧ୍ୟାତ୍ମିକ ଆରୋଗ୍ୟ କେନ୍ଦ୍ର ‘ହିଲିଂ ହୋମ୍‌’ ଉଦ୍‌ଘାଟିତ

Fri Aug 12 , 2022
ଭୁବନେଶ୍ବର: ଆଧ୍ୟାତ୍ମିକ ଆରୋଗ୍ୟ କେନ୍ଦ୍ର ‘ହିଲିଂ ହୋମ୍‌’ ଆଇଆର୍‌ସି ଭିଲେଜ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ବିଶିଷ୍ଠ ବେଦବିତ୍‌ ପ୍ରିୟବ୍ରତ ଦାସ ଓ ଶନ୍ନୋଦେବୀ ଯୋଗ ଦେଇ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଶ୍ରୀ ଦାସ ଯଜ୍ଞର ବିଶେଷତ୍ଵ ସଂପର୍କରେ କହିବା ସହ ସାମ୍ପ୍ରତିକ ସମୟରେ କାମ ଅଧିକରୁ ମାନସିକ ଚାପଗ୍ରସ୍ତ ଯୁବକ ଯୁବତୀଙ୍କ ପାଇଁ ଆଧ୍ୟାତ୍ମିକ ଦିଗଦର୍ଶନ ଏକ ଶ୍ରେଷ୍ଠ ପନ୍ଥା ବୋଲି ମତ ପ୍ରକାଶ କରିଥିଲେ। ହିଲିଂ ହୋମ୍‌ର ପ୍ରତିଷ୍ଠାତା ସୁମିତ୍ରା […]
ଆଧ୍ୟାତ୍ମିକ ଆରୋଗ୍ୟ କେନ୍ଦ୍ର ‘ହିଲିଂ ହୋମ୍‌’ ଉଦ୍‌ଘାଟିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial