୬୦୦ ଫୁଟ୍‌ ଡେଇଁଲା ହୀରାକୁଦ ଜଳସ୍ତର

ସମ୍ବଲପୁର :ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୦ ଫୁଟ୍‌ ଅତିକ୍ରମ କରିଛି। ସୋମବାର ସନ୍ଧ୍ୟା ୭ଟାରେ ଜଳସ୍ତର ୬୦୦.୬୭ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ହାରାହାରି ୭୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓ୍ଵାର ଚାନେଲ ଦେଇ ୧୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢ଼େ ୮ଟା ସୁଦ୍ଧା) ୨୮ ମିମି ଓ ତଳମୁଣ୍ଡରେ ୪୨ ମିମି ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବା ବେଳେ ବର୍ଷା ଅଭାବରୁ ଏହାର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଥିଲା। ଜୁଲାଇ ୨ ତାରିଖ ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୧୨ ଫୁଟ ରହିଥିଲା। ତେବେ କ୍ରମାଗତ ଜଳସ୍ତର ହ୍ରାସ ପାଇ ୧୨ ଜୁଲାଇ ସକାଳ ୬ଟାରେ ଜଳସ୍ତର ୫୯୮.୩୫ ଫୁଟ୍‌କୁ ଖସି ଆସିିଥିଲା। ୧୩ ଜୁଲାଇରୁ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି।

Share Now:

Kalinga News Beuro

Leave a Reply

Next Post

ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା ବଳିଆ

Tue Jul 17 , 2018
ନୂଆଦିଲ୍ଲୀ : ଚଳିତ ମାସ ଶେଷ ସୁଦ୍ଧା ଜଗା ବଳିଆ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ। ଡିସ୍‌ଚାର୍ଜ କରାଯିବା ନେଇ ଏମ୍‌ସ କର୍ତୃପକ୍ଷ ଜଗା ବଳିଆଙ୍କ ବାପା ମା’ଙ୍କୁ ଜଣାଇ ଦେଇଛନ୍ତି। ଉଭୟ ଏନେଇ ସହମତି ଜଣାଇଥିବା ସୂଚନା ମିଳିଛି। ତେଣୁ ଜଗା ବଳିଆ କେବେ ଡିସ୍‌ଚାର୍ଜ ହୋଇ ନିଜ ଗାଁ’କୁ ଫେରିବେ ଏହା ବର୍ତମାନ ତାଙ୍କ ବାପା ମା’ଙ୍କ ଉପରେ ନିର୍ଭର କରୁଛି। ଏମ୍‌ସରୁ ଜଗା ବଳିଆଙ୍କୁ ଡିସ୍‌ଚାର୍ଜ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial