ଡାକ୍ତରଙ୍କ କମାଲ : ଏକା ସମୟରେ ହୃତପିଣ୍ଡ ସର୍ଜରୀ ସହ ମହିଳାଙ୍କର କଲେ ଡେଲିଭରି

ହୃତପିଣ୍ଡ ସର୍ଜରୀ ସହ ମହିଳାଙ୍କ ଡେଲିଭରି

ଲଖନଉ: ଉତ୍ତରପ୍ରଦେଶର ଲଖନଉରେ ଥିବା କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ)ର ଡାକ୍ତରମାନେ ସଫଳତାର ସହ ଜଣେ ରୋଗୀଙ୍କର ହାର୍ଟ ସର୍ଜରୀ ଏବଂ ସିଜରିଆନ୍ ଡେଲିଭରି କରିଛନ୍ତି। କେଜିଏମୟୁ ମୁଖପାତ୍ର ଡ଼.ସୁଧୀର ସିଂ କହିଛନ୍ତି, “ଉତ୍ତରପ୍ରଦେଶରେ ଏହା ପ୍ରଥମ ଥର ଗର୍ଭବତୀ ମହିଳାଙ୍କର ଏପରି ଜଟିଳ ଅପରେସନ କରାଯାଇଥିଲା। ଉଭୟ ମା ଏବଂ ନବଜାତ ଶିଶୁ ସୁସ୍ଥ ଅଛନ୍ତି। ତାଙ୍କ ସୂଚନା ମୁତାବକ ଜଣେ ୨୭ ବର୍ଷ ବୟସ୍କା ରୋଗୀ ଗୁରୁତର ହୃଦଘାତର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ଆଉ ସେ ଗର୍ଭବତୀ ଥିବାବେଳେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଡାକ୍ତର ସୁଧୀର ସିଂ କହିଛନ୍ତି ଯେ ଗର୍ଭାବସ୍ଥାରେ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଉତ୍ତରପ୍ରଦେଶର ଅନେକ ଡାକ୍ତରଖାନା ପରେ କେଜିଏମୟୁ ପଠାଯାଇଥିଲା। ଏହିପରି ଅଧିକାଂଶ ରୋଗୀ ବେହୋସ ହୋଇପଡନ୍ତି। ତେବେ ମହିଳାଙ୍କ ପ୍ରସବ କରିବା ଏକ ବଡ ଆହ୍ୱାନ ଥିଲା। ସି-ସେକ୍ସନ୍ ଏବଂ ହାର୍ଟ ସର୍ଜରୀ ସମୟରେ ଶିଶୁଟିର ମୃତ୍ୟୁ ହେବାର ଆଶଙ୍କା ଥିବାରୁ। ପ୍ରସୂତି ବିଶେଷଜ୍ଞ, ହୃଦ୍‌ରୋଗ ଆନାସ୍ଥେଟିଷ୍ଟ ଏବଂ ହୃଦ୍‌ରୋଗ ସର୍ଜନଙ୍କ ଏକ ଟିମ ଗଠନ କରାଯାଇଥିଲା। ଏହାପରେ ଏକା ସମୟରେ ସିଜରିଆନ୍ ସହ ହୃତପିଣ୍ଡ ସର୍ଜରୀ କରି ମହିଳା ଏବଂ ତାଙ୍କ ଶିଶୁକୁ ବଞ୍ଚାଯାଇଥିଲା। ଏବେ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ପ୍ରକୃତରେ ଡାକ୍ତର ଦ୍ଵିତୀୟ ଈଶ୍ୱର ବୋଲି ପ୍ରତିପାଦିତ ହୋଇଛି।

Share Now:

Kalinga News Beuro

Next Post

ଦିଲ୍ଲୀ ଟେଷ୍ଟ : ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ୨-୦ରେ ଅଗ୍ରଣୀ

Sun Feb 19 , 2023
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଦ୍ଵିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଆଜି ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ୪ ମ୍ୟାଚ୍‌ ସିରିଜ୍‌ରେ ୨-୦ରେ ଅଗ୍ରଣୀ ରହିଛି। ଆଜିର ଏହି ମ୍ୟାଚ୍‌ରେ ଭାରତକୁ ବିଜୟମଣ୍ଡିତ କରିବାରେ ରବିନ୍ଦ୍ର ଜା‌ଦେଜାଙ୍କ ଅବଦାନ ଯଥେଷ୍ଟ। ସେ ୪୨ ରନ୍‌ ବିନିମୟରେ ୭ ୱିକେଟ୍‌ ହାସଲ କରିଛନ୍ତି। ସେହିପରି, ରବିଚନ୍ଦ୍ରନ ଅଶ୍ୱିନୀ ମଧ୍ୟ ୫୯ […]
୬ ୱିକେଟ୍‌ରେ ଅଷ୍ଟ୍ରେଲିଆ ପରାସ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial