ରାଜ୍ୟରେ ଆହୁରି ୨ ଦିନ ରହିବ ଗ୍ରୀଷ୍ମ ପ୍ରବାହ : ୨୧ ଓ ୨୨ରେ କାଳବୈଶାଖୀ ବର୍ଷା

ଆହୁରି ୨ ଦିନ ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଆହୁରି ୨ ଦିନ ରହିବ ଗ୍ରୀଷ୍ମ ପ୍ରବାହ ସ୍ଥିତି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୮ ଜିଲ୍ଲା ଓ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଆଜି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରରେ ହିଟ୍ ୱେଭ୍ ରହିବ। ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହିବ। ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ରହିଛି, ଫଳରେ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଆସନ୍ତା ୩ ଦିନ ଏଭଳି ତାପମାତ୍ରା ଅଧିକ ରହିବ। ଏଣୁ ଉଚ୍ଚ ତାପମାତ୍ରା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ବର୍ଷାର ବିଶେଷ ସମ୍ଭାବନା ନାହିଁ। ୩ ଦିନ ପରେ ହୋଇପାରେ ବର୍ଷା। ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ ବର୍ଷା ବଢିବ। ଉପକୂଳରେ ଉଚ୍ଚ ତାପମାତ୍ରା ସହ ଗୁଳୁଗୁଳି ରହିବ। ଏଣୁ ଅଧିକ କଷ୍ଟ ଅନୁଭୂତ ହେବ ବୋଲି ଜଣାଯାଇଛି।

Share Now:

Kalinga News Beuro

Next Post

ଏଲଏସିକୁ ଲାଗିଥିବା ତିବ୍ବତରେ କ୍ଷେପଣାସ୍ତ୍ର ମୁତୟନ କରୁଛି ଚୀନ : ଭାରତର ଚିନ୍ତା ବଢିଲା

Tue Apr 18 , 2023
ନୂଆଦିଲ୍ଲୀ: ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବା ନେଇ ଚୀନ୍ ପୁଣି ଥରେ ସକ୍ରିୟ ହୋଇଛି। ନିକଟରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା, ଯାହା ପରେ ଚୀନ୍ ଏବେ ଅରୁଣାଚଳ ପ୍ରଦେଶ ସମୁଖରେ ଥିବା ନିଜର ସମସ୍ତ ଏୟାରବେସଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାମ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତକୁ ଲାଗିଥିବା ତିବ୍ଦତରେ ମଧ୍ୟ ନିଜର ବାୟୁଶକ୍ତି ବୃଦ୍ଧି କରିବା ଆରମ୍ଭ କରିଛି। […]
ତିବ୍ବତରେ କ୍ଷେପଣାସ୍ତ୍ର ମୁତୟନ କରୁଛି ଚୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial