ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ

ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ନଭେମ୍ବର ୨୧ ତାରିଖରେ ହେବ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ। ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ହେବାନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଜରିଆରେ ସୂଚୀତ କରିଛନ୍ତି ବିଧାନସଭା ସଚିବ। ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଏହି ପଦ।
ସୂଚନାଯୋଗ୍ୟ, ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ କିଛି ଦିନ ତଳେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଥିଲେ। ସେ କହିଥିଲେ ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି। ଆଖି ଆଗରେ ନିର୍ବାଚନ ଅଛି। ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି। ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୨୦୧୯ ଜୁନ୍ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ।

Share Now:

Kalinga News Beuro

Next Post

ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫ସି ଯୋଜନା

Wed Nov 15 , 2023
ଭୁବନେଶ୍ବର: ସରକାରଙ୍କ ୫ଟି ପରେ ଏବେ ୫ସି ଯୋଜନା। ମୋ ସ୍କୁଲ ଅଭିଯାନର ୫ସି ହେଉଛି ଏକ ଅଂଶବିଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଅଶ୍ବଥୀ. ଏସ। ଏହା କୌଣସି ନୂଆ ସ୍କିମ୍ ହୋଇନଥିବା ବେଳେ ଏହା ଏକ ନୂତନ ଚିନ୍ତାଧାରା, ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା। ଏହା ମାଧ୍ୟମରେ […]
ରାଜ୍ୟ ସରକାରଙ୍କ ୫ସି ଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial