ମୋଦୀଙ୍କୁ ସାକ୍ଷାତ କଲେ ନବୀନ : ପୁରୀ ବିମାନବନ୍ଦର ପାଇଁ ଆଲୋଚନା

ମୋଦୀଙ୍କୁ ସାକ୍ଷାତ କଲେ ନବୀନ

ନୂଆଦିଲ୍ଲୀ: ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଶେଷ କରି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା ହୋଇଛି। ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି। ତେଣୁ ପୁରୀରେ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ଆଲୋଚନା କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏନେଇ ସହଯୋଗ କରିବେ ବୋଲି କହିଛନ୍ତି। ସେହିପରି ଭାରତ ନେଟ ଫେଜ-୨ରେ ଓଡିଶାକୁ ସାମିଲ କରିବାକୁ ଦାବି କରିଛନ୍ତି। ଓଡିଶାରେ ଅସମ୍ପୂର୍ଣ୍ଣ ଥିବା ଜାତୀୟ ରାଜପଥଗୁଡିକୁ ସମ୍ପୂର୍ଣ୍ଣ କରିବା ସହ ଓଡିଶାର ପଞ୍ଚାୟତ ସ୍ତରରେ ଅଧିକରୁ ଅଧିକ ବ୍ୟାଙ୍କ ସ୍ଥାପନ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ଓଡିଶାର ୬୭୯୮ ପଞ୍ଚାୟତ ମଧ୍ୟରୁ ୨୮୪୪ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଅଛି। ଅନ୍ୟ ପଞ୍ଚାୟତଗୁଡ଼ିକୁ ବ୍ୟାଙ୍କ ସେବାରେ ସାମିଲ ପାଇଁ ନବୀନ ମୋଦୀଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ଏହି ସମୟରେ କୌଣସି ରାଜନୈତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇନି ବୋଲି ନବୀନ କହିଛନ୍ତି। କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନଙ୍କୁ ସାକ୍ଷାତ କରିଥିଲେ। ଆଉ ଏହାକୁ ନେଇ ସାମ୍ବାଦିକମାନେ ନବୀନଙ୍କୁ ପ୍ରଶ୍ନ କରିଥିଲେ ଯେ ତୃତୀୟ ସାମ୍ମୁଖ୍ୟ ନେଇ କୌଣସି ଆଲୋଚନା ହୋଇଛି କି? ଏହାର ଉତ୍ତରରେ ନବୀନ କହିଥିଲେ ଯେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ। ଏଥିସହ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ସେ କୌଣସି ସମ୍ଭାବନା ଦେଖୁନାହାନ୍ତି ବୋଲି କହିଥିଲେ।

Share Now:

Kalinga News Beuro

Next Post

ଇଟାଲିର ମିଲାନ ସହରରେ ପ୍ରଚଣ୍ଡ ବିସ୍ଫୋରଣ : ଅଳ୍ପକେ ବର୍ତ୍ତିଗଲା ସ୍କୁଲ

Thu May 11 , 2023
ମିଲାନ : ଇଟାଲୀର ମିଲାନ ସହରରେ ବଡ଼ ଧରଣର ବିସ୍ଫୋରଣର ଖବର ଆସିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଯାଇଛନ୍ତି। ସ୍ଥାନୀୟ ଗଣମାଧମର ରିପୋର୍ଟ ଅନୁଯାୟୀ, ମିଲାନ୍ ସହରର କେନ୍ଦ୍ରସ୍ଥଳରେ ଥିବା ପୋର୍ଟା ରୋମାନା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିବା ପରେ ଅନେକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖରେ […]
ଇଟାଲିର ମିଲାନ ସହରରେ ପ୍ରଚଣ୍ଡ ବିସ୍ଫୋରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial