ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରି’ ଉପରୁ କଟକଣା ହଟାଇଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରି’ ଉପରୁ କଟକଣା ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିବାଦୀୟ ବଲିଉଡ୍ ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ଲାଗିଥିବା କଟକଣାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଏଥିସହିତ ତାମିଲନାଡୁ ସରକାରଙ୍କୁ ମଧ୍ୟ ଥିଏଟରରେ ଫିଲ୍ମ ଦେଖୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଫିଲ୍ମ ନିର୍ମାତା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ୩୨,୦୦୦ ମହିଳାଙ୍କ ତଥ୍ୟ ପ୍ରମାଣିତ ନୁହେଁ। ୩୨ ହଜାର ମହିଳା ସଂପର୍କିତ ତଥ୍ୟର କୌଣସି ଭିତ୍ତି ନାହିଁ ବୋଲି ଆସନ୍ତା ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଡିସକ୍ଲେମର ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଜବାବରେ ନିର୍ମାତା ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତା ମେ ୨୦ ସୁଦ୍ଧା ଡିସକ୍ଲେମର ଦିଆଯିବ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ନିଷେଧାଦେଶ ସମ୍ପର୍କରେ ପ୍ରଶ୍ନ କରିଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ଫିଲ୍ମଟିକୁ ସେନସର ବୋର୍ଡ ପ୍ରମାଣପତ୍ର ଦେଇଛି। ଏହାପରେ ଆଇନଶୃଙ୍ଖଳା ବଜାୟ ରଖିବା ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ। ଯଦି ଫିଲ୍ମଟି ଖରାପ ହୋଇଥିବ ତାହା ଚାଲିବନି। ସମାଜର ଯେକୌଣସି ଲୋକଙ୍କୁ ପଚାରିବେ ସେମାନେ କଟକଣା ଲଗାଇବାକୁ କହିବେ। ଏପରି ଯଦି କରାଯାଏ ତେବେ ପ୍ରତି ଫିଲ୍ମକୁ ନେଇ କୌଣସି ନା କୌଣସି ଆପତ୍ତି ରହିବ। ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ଖରାପ ହେବା କାରଣରୁ ଏହି ନିଷେଧାଦେଶ ଜାରି କରାଯାଇଛି।

Share Now:

Kalinga News Beuro

Next Post

ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Fri May 19 , 2023
ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ୱୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି। ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୩-୪ ଦିନର ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣ ବଙ୍ଗୋପସାଗରର ଆଉ କିଛି ଅଂଶ, ସମଗ୍ର ଆଣ୍ଡାମାନ […]
ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial