ଭୋଟର ତାଲିକା ସହ ଯୋଡ଼ାଯିବ ଜନ୍ମ-ମୃତ୍ୟୁ ତଥ୍ୟ : ଅମିତ ଶାହା

ଭୋଟର ତାଲିକା ସହ ଯୋଡ଼ାଯିବ ଜନ୍ମ-ମୃତ୍ୟୁ ତଥ୍ୟ

ନୂଆଦିଲ୍ଲୀ : ଭୋଟର ତାଲିକା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପରେ ଜନ୍ମ ଓ ମୃତ୍ୟୁ ସଂଖ୍ୟା ଯୋଡିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଙ୍କେତ ଦେଇଛନ୍ତି। ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ ଭୋଟର ତାଲିକା ଏବଂ ସାମଗ୍ରିକ ବିକାଶ ପ୍ରକ୍ରିୟା ସହ ଯୋଡ଼ିବା ପାଇଁ ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି ବୋଲି ସେ ସୋମବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି। ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ‘ଜନଗଣନା ଭବନ’କୁ ଉଦଘାଟନ କରିବା ଅବସରରେ ଅମିତ ଶାହା ଏହା କହିଛନ୍ତି। ଜନଗଣନା ହେଉଛି ଏକ ପ୍ରକ୍ରିୟା ଯାହା ବିକାଶ ଏଜେଣ୍ଡାର ଆଧାର ହୋଇପାରିବ।
ଅମିତ ଶାହା କହିଛନ୍ତି ଯେ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ସଠିକ ଜନଗଣନା ତଥ୍ୟ ବହୁମୁଖୀ ଫାଇଦା ଦେବ। ଏଭଳି ଜନଗଣନା ଦ୍ୱାରା ଗରିବଙ୍କ ପାଖରେ ଉନ୍ନୟନ ମୂଳକ ଯୋଜନା ପହଞ୍ଚାଇବା ସହଜ ହେବ। ଯଦି ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ରର ତଥ୍ୟକୁ ସ୍ୱତନ୍ତ୍ର ଢଙ୍ଗରେ ସଂରକ୍ଷିତ ରଖାଯାଏ, ତେବେ ଉନ୍ନୟନ ମୂଳକ କାର୍ଯ୍ୟକୁ ସଠିକ ଭାବେ ଯୋଜନା କରାଯାଇପାରିବ। ସେ କହିଛନ୍ତି ଯେ ଭୋଟର ତାଲିକା ସହ ଜନ୍ମ ଓ ମୃତ୍ୟୁ ସଂପର୍କିତ ତଥ୍ୟ ଯୋଡି ହେଲେ ଜଣେ ବ୍ୟକ୍ତିଙ୍କ ବୟସ ୧୮ ବର୍ଷ ହେବା ପରେ ତାଙ୍କ ନାମ ଆପେ ଆପେ ଭୋଟର ତାଲିକାରେ ଯୋଡି ହୋଇଯିବ। ସେହିଭଳି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ନାମ ଆପେ ଆପେ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଯିବ, ଯାହାଦ୍ୱାରା ନିର୍ବାଚନ କମିଶନ ଭୋଟର ତାଲିକାରୁ ବ୍ୟକ୍ତିଙ୍କ ନାମ ହଟାଇବା ପ୍ରକ୍ରିୟା ଆରମ୍ଭ କରିପାରିବେ।

Share Now:

Kalinga News Beuro

Next Post

ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧି

Tue May 23 , 2023
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ରାସ୍ତାରେ ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିବାକୁ ସ୍ଥିର କରିଥିଲେ। ରାହୁଲଙ୍କ ଏଭଳି ସ୍ୱତନ୍ତ୍ର ଯାତ୍ରାର ଭିଡିଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଓ ନେତା ରେକର୍ଡ କରିଥିଲେ। ପ‌ରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା […]
ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial