ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧି

ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ରକ ଯାତ୍ରା କରିଥିବା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧି ଗତ ରାତିରେ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ରାସ୍ତାରେ ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିବାକୁ ସ୍ଥିର କରିଥିଲେ। ରାହୁଲଙ୍କ ଏଭଳି ସ୍ୱତନ୍ତ୍ର ଯାତ୍ରାର ଭିଡିଓ କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା ଓ ନେତା ରେକର୍ଡ କରିଥିଲେ। ପ‌ରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ‌ହୋଇଯାଇଛି। ଏହି ଭିଡିଓକୁ ନେଇ କଂଗ୍ରେସ ନେତାମାନେ କହିଛନ୍ତି, ରାହୁଲ ଗାନ୍ଧି ଅମ୍ବାଲାରେ ଟ୍ରକ୍‌ ଯାତ୍ରା କରି ଟ୍ରକ ଚାଳକଙ୍କ ସହ ସାକ୍ଷାତ କରିଥିଲେ। ଆଉ ପାଖରୁ ସେମାନଙ୍କ ସହ ମୁହାଁମୁହିଁ କଥା ହୋଇ ସମସ୍ୟା ବୁଝିବାକୁ ଚେଷ୍ଟା କରିଥିଲେ।
ତେବେ ଏହା ପ୍ରଥମ ଘଟଣା ନୁହେଁ ରାହୁଲ କୌଣସି ଲୋକଙ୍କ ସମସ୍ୟାକୁ ସିଧାସଳଖ ବୁଝିଛନ୍ତି। ଏହା ପୂର୍ବରୁ ରାହୁଲ ସେପ୍ଟେମ୍ବରଠାରୁ କନ୍ୟାକୁମାରୀଠାରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ୧୨ଟି ରାଜ୍ୟ ଅତିକ୍ରମ କରିଥିଲା ଓ ଜାନୁୟାରିରେ ଜମ୍ମୁ କଶ୍ମୀରରେ ଶେଷ ହୋଇଥିଲା। ଏହି ଯାତ୍ରା ସମୟରେ ରାହୁଲ ଅନେକ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝି ତାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି। ‌ଏହି ଘଟଣାକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି, ‘ରାହୁଲ ଅନେକ ସ୍ଥାନକୁ ଯାଇ ଛାତ୍ରଙ୍କ ସହ, ଖେଳାଳିଙ୍କ ସହ, ଚାଷୀଙ୍କ ସହ ତ ପୁଣି କେତେବେଳେ ଡେଲିଭରି ବୟଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରୁଛନ୍ତି।’

Share Now:

Kalinga News Beuro

Next Post

ଆସନ୍ତା ମେ’ ୨୮ରେ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Tue May 23 , 2023
ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନ କରିବାକୁ ନେଇ ବିରୋଧୀଙ୍କ ଆପତ୍ତି ମଧ୍ୟରେ ଆସନ୍ତା ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଏସଂପର୍କରେ ସଂସଦ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ନିମନ୍ତ୍ରଣପତ୍ରରୁ ଜଣାପଡିଛି ଯେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଉଦାଘାଟନୀ ସମାରୋହରେ ଯୋଗଦେଇ ନୂତନ ସଂସଦ ଭବନକୁ ଉଦଘାଟନ କରିବେ। ଲୋକସଭା […]
ସଂସଦ ଭବନ ଉଦ୍‌ଘାଟନ କରିବେ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial