ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ? ଅତିରିକ୍ତ ବଜେଟକୁ ନେଇ ଜୋରଦାର ଚର୍ଚ୍ଚା

ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ

ଭୁବନେଶ୍ୱର : ମେ ୨୦୨୪ରେ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ଏହା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ଆଗୁଆ ହେବ କି ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ଖୁବ ଶୀଘ୍ର ଅତିରିକ୍ତ ବଜେଟ ଆସିବା ପାଇଁ ଯାଉଛି। ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି ଲେଖିଥିବାବେଳେ ମୌସୁମୀ ଅଧିବେଶନ(ଅଗଷ୍ଟ ମାସ)ରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ଅଛି। ନିୟମ ଅନୁସାରେ ଅତିରିକ୍ତ ବଜେଟ ଶୀତ ଅଧିବେଶନ (ଡିସେମ୍ବର) ସମୟରେ ଉପସ୍ଥାପିତ ହେବା କଥା। କିନ୍ତୁ ରାଜ୍ୟ ସରକାର ଆଗୁଆ ଅତିରିକ୍ତ ବଜେଟ ଆଣୁଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢିଛି।
ଆଗୁଆ ବଜେଟ ଆଣିବା ପରେ ଆଗୁଆ ନିର୍ବାଚନ ମୂଡ଼ରେ ଥିବାର ଆଭାସ ମିଳିଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ କମିସନ ଚିଠି ଲେଖିଥିଲେ। ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବାକୁ ଥିବା ଅଧିକାରୀଙ୍କ ତାଲିକା ମାଗିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ପାଇବା ପରେ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜିଲ୍ଲାରେ କେଉଁ ଅଧିକାରୀ (ଓଆର୍‌ଏସ୍‌/ଓଏଏସ୍‌ (ଏସ୍‌ବି/ଜିବି ପାହ୍ୟାର ଅଧିକାରୀ) ନିଜ ଘରୋଇ ଜିଲ୍ଲାରେ ଅଛନ୍ତି, କିଏ ୨୯ ମେ’ ୨୦୨୩ ସୁଦ୍ଧା ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଛନ୍ତି ଏବଂ କେଉଁମାନେ ୩୧ମେ ୨୦୨୪ ସୁଦ୍ଧା ଉକ୍ତ ସ୍ଥାନରେ ତିନିବର୍ଷ ପୂରଣ କରିବେ ସେମାନଙ୍କ ତାଲିକା ମାଗିଥିଲେ।

Share Now:

Kalinga News Beuro

Next Post

ରାଜଧାନୀର ଶିଳ୍ପାଞ୍ଚଳରେ ଅପହଞ୍ଚ ଇଲାକାର ଚିତ୍ର : ଖାଲଖମା ଭର୍ତ୍ତି ରାସ୍ତା, ଜଳୁନି ଷ୍ଟ୍ରିଟ୍‌ ଲାଇଟ୍‌

Wed Jul 12 , 2023
ବର୍ଷବର୍ଷ ଧରି ହେଉନି ମରାମତି,କାହାକୁ ଗୁହାରି କରିବେ ବ୍ୟବସାୟୀ? ଭୁବନେଶ୍ୱର: ରାଜଧାନୀର ଦୁଇ ପୁରୁଣା ତଥା ପ୍ରମୁଖ ଶିଳ୍ପାଞ୍ଚଳ ମଞ୍ଚେଶ୍ୱର ଓ ରସୁଲଗଡ଼ ପ୍ରତି ସରକାର ବିମୁଖ। ରାଜ୍ୟରେ ଶିଳ୍ପର ବିକାଶ କରାଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏ ଦୁଇ ଅଞ୍ଚଳ ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି। ଅଞ୍ଚଳର ବିଷମ ସ୍ଥିତି ପାଇଁ ସାଧାରଣରେ ଏପରି ଅଭିଯୋଗ ଉଠୁଛି। ଏ ଦୁଇ ଶିଳ୍ପାଞ୍ଚଳରେ ମୌଳିକ ସୁବିଧା […]
ଶିଳ୍ପାଞ୍ଚଳରେ ଅପହଞ୍ଚ ଇଲାକାର ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial