ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ : ବିରୋଧୀ ମେଣ୍ଟକୁ କଲେ ଟାର୍ଗେଟ୍

ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଦଳମାନେ ନିଜକୁ ଏକଜୁଟି କରିବା ସହ ଶକ୍ତିପ୍ରଦର୍ଶନ କରିବାରେ ଲାଗିଛନ୍ତି। ମଙ୍ଗଳବାରଦିନ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ପରେ ସଂଧ୍ୟାରେ ଦିଲ୍ଲୀରେ ଏନଡିଏର ବୈଠକ ଜାରି ରହିଛି। ଏନଡିଏ ବୈଠକରେ ୩୮ଟି ଦଳ ଯୋଗ ଦେଉଛନ୍ତି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ମୋଦୀ ପହଞ୍ଚିବା ପରେ ଏନଡିଏର ବୈଠକ ଆରମ୍ଭ ହୋଇଯାଇଛି ଓ ସେଥିରେ ଅଧ୍ୟକ୍ଷତା କରୁଛନ୍ତି। ଆଉ କିଛି ସମୟ ପରେ ସେ ସହଯୋଗୀ ଦଳମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ବୈଠକକୁ ଆସିବା ପୂର୍ବରୁ ମୋଦୀ କହିଥିଲେ ଯେ ଏନଡିଏ ମେଣ୍ଟ ସମୟର ପରୀକ୍ଷାରେ ସଫଳ ହୋଇଛି ଏବଂ ଜାତୀୟ ପ୍ରଗତିକୁ ଆଗକୁ ବଢ଼ାଇବା ସହ ଆଞ୍ଚଳିକ ଆକାଂକ୍ଷା ପୂରଣ କରିବାକୁ ଚାହୁଁଛି। ବିରୋଧୀ ଦଳଙ୍କ ମେଣ୍ଟକୁ ସମାଲୋଚନା କରି ସେ କହିଛନ୍ତି ଯେ ଏହି ମେଣ୍ଟର ‘ଲେବଲ ଗୋଟାଏ ପ୍ରକାରର କିନ୍ତୁ ଭିତରେ ଜିନିଷ ଅଲଗା’। ଏହି ମେଣ୍ଟକୁ ସେ ଦୁର୍ନୀତିଗ୍ରସ୍ତଙ୍କ ଏକ ସମାବେଶ ବୋଲି କହିଛନ୍ତି। ଏହା ପୂର୍ବରୁ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ସମାବେଶରେ ମେଣ୍ଟର ନାଁକୁ ଇଣ୍ଡିଆ (ଭାରତୀୟ ଜାତୀୟ ଗଣତାନ୍ତ୍ରିକ ସମାବେଶୀ ମେଣ୍ଟ) କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Share Now:

Kalinga News Beuro

Next Post

ନକଲି ଜାତି ପ୍ରମାଣପତ୍ରକୁ ନିଆରା ପ୍ରତିବାଦ : ଉଲଗ୍ନ ହୋଇ ରାସ୍ତାକୁ ଆସିଲେ ବିକ୍ଷୋଭକାରୀ

Tue Jul 18 , 2023
ନୂଆଦିଲ୍ଲୀ: ଛତିଶଗଡ଼ର ରାଜଧାନୀ ରାୟପୁରରୁ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଯୁବକ ସେମାନଙ୍କ ଦାବି ନେଇ ରାସ୍ତାରେ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ। ଏହି ଯୁବକମାନେ ରାଜ୍ୟରେ ସରକାରୀ ଚାକିରିରେ ନକଲି ଜାତିପ୍ରମାଣ ପତ୍ରର ସମସ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏଥିସହିତ ଯେଉଁମାନେ ନକଲି ଜାତି ପ୍ରମାଣ ପତ୍ରରେ ଚାକିରି କରୁଛନ୍ତି ସେମାନଙ୍କର ଯାଞ୍ଚ […]
ଉଲଗ୍ନ ହୋଇ ପ୍ରତିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial