ନକଲି ଜାତି ପ୍ରମାଣପତ୍ରକୁ ନିଆରା ପ୍ରତିବାଦ : ଉଲଗ୍ନ ହୋଇ ରାସ୍ତାକୁ ଆସିଲେ ବିକ୍ଷୋଭକାରୀ

ଉଲଗ୍ନ ହୋଇ ପ୍ରତିବାଦ

ନୂଆଦିଲ୍ଲୀ: ଛତିଶଗଡ଼ର ରାଜଧାନୀ ରାୟପୁରରୁ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଯୁବକ ସେମାନଙ୍କ ଦାବି ନେଇ ରାସ୍ତାରେ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ। ଏହି ଯୁବକମାନେ ରାଜ୍ୟରେ ସରକାରୀ ଚାକିରିରେ ନକଲି ଜାତିପ୍ରମାଣ ପତ୍ରର ସମସ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏଥିସହିତ ଯେଉଁମାନେ ନକଲି ଜାତି ପ୍ରମାଣ ପତ୍ରରେ ଚାକିରି କରୁଛନ୍ତି ସେମାନଙ୍କର ଯାଞ୍ଚ କରାଯାଉ ବୋଲି ଦାବି ନେଇ ଯୁବକମାନେ ଉଲଗ୍ନ ହୋଇ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏଭଳି ବିରୋଧ ପ୍ରଦର୍ଶନ ରାଜ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ସମସ୍ତ ପ୍ରଦର୍ଶନକାରୀ ଉଲଗ୍ନ ହୋଇ ବିଧାନସଭା ଘେରାଉ କରିବା ପାଇଁ ବାହାରିଥିଲେ। ଏହି ସମୟରେ ପୁଲିସ ସମସ୍ତ ପ୍ରଦର୍ଶନକାରୀଙ୍କୁ ଗିରଫ କରି ନେଇଥିଲା। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

Share Now:

Kalinga News Beuro

Next Post

ୟୁନିଟ୍‌-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରତିବାଦରେ ଧାରଣା : ‘ସ୍କୁଲ ଛାଡ଼ି ଆମେ ଯିବୁନି’

Tue Jul 18 , 2023
ଅଚେତ ହେଇଗଲେ ୮ ଛାତ୍ରୀ,ଅଢ଼େଇ ଘଣ୍ଟା ଯାଏ କେହି ଆସିଲେନି ଭୁବନେଶ୍ୱର : ‘ଆମ ସ୍କୁଲ କାହିଁକି ଉଠିଯିବ? ସ୍କୁଲକୁ ମିଶ୍ରଣ କରିବା ପୂର୍ବରୁ ଆମକୁ ପଚାରିଥିଲ କି ଆମେ କ’ଣ ଚାହୁଛୁ? ଯଦି ଆମ ସ୍କୁଲକୁ ବାଳକ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ କରାଯାଉଛି, ତେବେ ରମାଦେବୀ ଯୁକ୍ତ ୨ କଲେଜକୁ ବିଜେବି କଲେଜ ସହ ମିଶ୍ରଣ କରୁନାହଁ କାହିଁକି? ସେମାନେ କ’ଣ କେବଳ ଝିଅ, ଆମେ ନୋହୁଁ? […]
‘ସ୍କୁଲ ଛାଡ଼ି ଆମେ ଯିବୁନି’-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial