ପରଲୋକରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ

ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଛି। ଏ ସମ୍ପର୍କରେ ତାଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଜନ୍ମ ଏବର ଝାରସୁଗୁଡ଼ା ଜିଲ୍ଲାର ବଣଜଙ୍ଗଲ ଘେରା ଠାକୁରପଡ଼ାରେ ଡିସେମ୍ବର ୧ ୧୯୩୯ରେ ହୋଇଥିଲା। ୭ ଡିସେମ୍ବର ୧୯୮୯ରୁ ୫ ମାର୍ଚ୍ଚ ୧୯୯୦ ଏବଂ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୯ରେ ସୁନ୍ଦରଗଡ଼ର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶାର ପ୍ରଥମ ଅନୁସୂଚିତ ଜନଜାତି ବର୍ଗର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ବାପା ବାସୁଦେବ ବିଶ୍ବାଳ ଦୀର୍ଘବର୍ଷ ପର୍ଯ୍ୟନ୍ତ ସରପଞ୍ଚ ଥିଲେ। ଉର୍ମିଳା ବିଶ୍ବାଳଙ୍କୁ ବିବାହ କରିଥିଲେ। ତାଙ୍କର ୫ ଝିଅ ଅଛନ୍ତି। ୧୯୭୪ରୁ ୧୯୭୭ ଓ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ୬ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ସେ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ହେମାନନ୍ଦ ପିଲାଦିନରୁ ଯେମିତି ସାହାସୀ, ସେମିତି ପାଠ ମଧ୍ୟ ପଢ଼ୁଥିଲେ।

Share Now:

Kalinga News Beuro

Next Post

ମଙ୍ଗଳଗ୍ରହରେ ମିଳିଲା ପୁରୁଣା ଜୋତା

Sat Feb 26 , 2022
ମଙ୍ଗଳଗ୍ରହରେ ମିଳିଲା ପୁରୁଣା ଜୋତା ନୂଆଦିଲ୍ଲୀ: ପୃଥିବୀ ଗ୍ରହ ବ୍ୟତୀତ ଅନ୍ୟ ଗ୍ରହରେ ବି ଜୀବମାନେ ବାସବାସ କରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି ବିଷୟରେ କାହାରି ପାଖରେ କୌଣସି ସୂଚନା କି ପ୍ରମାଣ ନାହିଁ। ତଥାପି, ଅନେକ ଲୋକ ଏବଂ ୟୁଏଫଓ ବିଶେଷଜ୍ଞ କୁହନ୍ତି ଯେ ଏଲିଅନର ଅସ୍ତିତ୍ୱ ଅଛି। ଏହି ଏଲିଅନ ଅନେକ ଥର ପୃଥିବୀକୁ ମଧ୍ୟ ଆସି ସାରିଛନ୍ତି। ବିଶେଷଜ୍ଞମାନେ କିଛି ପ୍ରମାଣ ମାଧ୍ୟମରେ କହିଛନ୍ତି […]
ମଙ୍ଗଳଗ୍ରହରେ ମିଳିଲା ପୁରୁଣା ଜୋତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial