ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୭୪୮: ୨୪ ଘଣ୍ଟାରେ ୫୨ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ୭୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମେୟର ସୁଲୋଚନା ଦାସ ଏକ ଭିଡିଓ ବାର୍ତ୍ତାରେ ଲୋକଙ୍କୁ ଭୟଭୀତ ନ ହେବାକୁ କହିବା ସହ ଡେଙ୍ଗୁ ମୁକାବିଲାରେ ବିଏମ୍‌ସି ସହ ହାତ ମିଶାଇବାକୁ ପରାମର୍ଶ ଦେଇଛନ୍ତି। ଗୋଷ୍ଠୀ ସହଭାଗିତା ହିଁ ଭୁବନେଶ୍ୱରକୁ ଡେଙ୍ଗୁ ମୁକ୍ତ କରିପାରିବ ବୋଲି ଶ୍ରୀମତୀ ଦାସ କହିଛନ୍ତି। ଗୁରୁବାର ଓ ଶନିବାର ପାଳନ କରାଯାଉଥିବା ଡ୍ରାଏ ଡେ’ରେ ସାମିଲ୍‌ ହେବାକୁ ସେ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ାଇଦିଆଯାଇଛି। ୱାର୍ଡରେ ଶଯ୍ୟା ସଂଖ୍ୟା ୧୦ରୁ ୭୦କୁ ବୃଦ୍ଧି କରାଯାଇଛି। ଦିନକୁ ୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ୨୧ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ପୂର୍ବବତ୍‌ ନୂଆପଲ୍ଲୀ ହଟସ୍ପଟ୍ ରହିଥିବା ବେଳେ ୟୁନିଟ୍-୯, ଜୟଦେବବିହାର, ସତ୍ୟନଗର, ବରମୁଣ୍ଡା, ସହିଦନଗର, ପୁରୁଣା ଭୁବନେଶ୍ୱର, ପୋଖରୀପୁଟ, ସୁନ୍ଦରପଦା, ଜାଗମରା, ଖଣ୍ଡଗିରି, ଉଦୟଗିରିବିହାର, ୟୁନିଟ୍‌-୩ ପ୍ରଭୃତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

Share Now:

Kalinga News Beuro

Next Post

ବଜ୍ରପାତରେ ଜେଜେବାପାଙ୍କ ମୃତ୍ୟୁ : ଅଳ୍ପକେ ବର୍ତ୍ତିଲା ନାତି

Sun Aug 6 , 2023
ବାଲିପାଟଣା: ବଜ୍ରପାତରେ ମଇଁଷି ଜଗୁଆଳିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାତି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ଗ୍ରାମର ବଟକୃଷ୍ଣ ବେହେରା (୬୪)। ସୂଚନା ଅନୁସାରେ ବାଲିପାଟଣା ଥାନା ନରଦା ଗ୍ରାମର ବଟକୃଷ୍ଣ ଏବଂ ତାଙ୍କ ନାତି ରବିବାର ମଧ୍ୟାହ୍ନରେ ମଇଁଷି ଚରାଇବାକୁ ଯାଇଥିଲେ। ସ୍ଥାନୀୟ ଗୋଠ ପଡ଼ିଆ ଦଣ୍ଡାରେ ମଇଁଷି ଚାରାଉଥିବା ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ବଟକୃଷ୍ଣ […]
ବଜ୍ରପାତରେ ଜେଜେବାପାଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial