ବିଧାନସଭାରେ ପ୍ରବଳ ହଟ୍ଟଗୋଳ : ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ବିଧାନସଭାରେ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଅଣାଯିବା ସହ ବିରୋଧୀ ଦଳ ନେତା ଅନ୍ୟ ଏକ ଅଭିଯୋଗ କରିବା ପରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏଥିସହ ଶୂନ୍ୟକାଳରେ ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ସ୍ଵାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ସାଲୁଜା। ଏପଟେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସେ ସ୍ଵାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ସେ କହିଛନ୍ତି, ‘‘ବିରୋଧୀ ଦଳ ଭାବେ ବିବୃତି ମାଗିନଥିଲୁ। କିନ୍ତୁ ନିଜ ଆଡୁ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ। ୫-ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିବୃତି ରଖିଥିଲେ ଏବଂ ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ। କିଏ ଜନ ବିରୋଧୀ ? ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବାଦ ଦିଅନ୍ତୁ।’’
ସେହିପରି ବିରୋଧି ଦଳ ନେତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଛନ୍ତି, ଆଇନ୍ ବହିର୍ଭୂତ କଥା ଆଧାରରେ କୌଣସି ସ୍ୱାଧିକାର ଭଙ୍ଗ ଆଣିବା ସମୀଚିନ ନୁହେଁ। ବିଧାନସଭାକୁ ରାଜନୈତିକ ମଇଦାନ ସଜାନ୍ତୁନି ବିରୋଧି। ବିରୋଧିଙ୍କ ସ୍ୱାଧିକାର ଭଙ୍ଗର ଆଧାରକୁ ନେଇ ପ୍ରଶ୍ନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ବି କହିଛନ୍ତି, ‘‘ଗୃହର ନେତାଙ୍କ ବିରୁଦ୍ଧରେ ଏକ କଦର୍ଥ କଥା କହିଛନ୍ତି ବିରୋଧୀ ଦଳ ନେତା। ଯିଏ ଏହି ଗୃହର ନୁହନ୍ତି ତାଙ୍କ କଥା କେମିତି ଉଠାଇଲେ?’’ ଏହାକୁ ବାଦ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ।

Share Now:

Kalinga News Beuro

Next Post

ବିଧାନସଭାରେ ଅତନୁଙ୍କୁ ଘେରିଲେ ନରସିଂହ ଓ ତାରା

Wed Sep 27 , 2023
ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଆଦି‌କୁ ନେଇ ଆଲୋଚନା ଚାଲିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ବାହିନୀପତି। ଆଜି ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନର ଉତ୍ତର କ୍ରମରେ ମନ୍ତ୍ରୀ ରଖିଥିବା ତଥ୍ୟକୁ ନେଇ ସମାଲୋଚନା କରିଥିଲେ ଶ୍ରୀ ମିଶ୍ର ଓ ଶ୍ରୀ […]
ଅତନୁଙ୍କୁ ଘେରିଲେ ନରସିଂହ ଓ ତାରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial