“ବିଜେଡି ପୂର୍ବ ପରି ଆଉ ନାହିଁ” – ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର: ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ସୁନ୍ଦରଗଡ଼ର ବିଜେଡି ପର୍ଯ୍ୟବେକ୍ଷକ ଜ୍ୟୋତି ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନା ଅନୁସାରେ ଜ୍ୟୋତି ପାଣିଗ୍ରାହୀ ବିଜେଡିର ଜଣେ ଦକ୍ଷ ନେତ୍ରୀ ଭାବେ ଜଣାଶୁଣା। ସେଥିପାଇଁ ଦଳ ତାଙ୍କୁ ସୁନ୍ଦରଗଡର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା। କିନ୍ତୁ ଏବେ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ବିଜେଡି ପୂର୍ବ ପରି ଆଉ ନାହିଁ। ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ। ଜ୍ୟୋତି ପାଣିଗ୍ରାହୀଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି।

Share Now:

Kalinga News Beuro

Next Post

ସୁଧ ଟଙ୍କା ଆଦାୟକୁ ନେଇ ବୋମାମାଡ଼ : ଶଶୁର ଓ ବୋହୂ ଗୁରୁତର, ଏସସିବିରେ ଭର୍ତ୍ତି

Thu Apr 11 , 2024
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ସୁଧ କାରବାରକୁ ନେଇ ଏକ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ୨ଜଣ ଗୁରୁତର ହୋଇଥିଲେ। ଉଭୟେ ହେଲେ ଶଶୁର ଓ ବୋହୂ। ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗାଁରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial