ସିକିମର ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ନିଖୋଜ ଓଡ଼ିଆ ଯବାନ

ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସହିଦ

କାମାକ୍ଷାନଗର: ସିକିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ। ସେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ। ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ ହାବିଳଦାର ସରୋଜ କୁମାର ଦାସଙ୍କ ଅକାଳ ବିୟୋଗରେ ଗାଁରେ ଏବେ ବି ଶୋକାକୁଳ ପରିବେଶ ଲାଗି ରହିଛି।
ସୂଚନାଯୋଗ୍ୟ, ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲରେ କଥା ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ। ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନଥିଲା। ସେ ନିଖୋଜ ଥିବା ଖବର ଟିଭିରୁ ଦେଖି ପରିବାର ପକ୍ଷରୁ ତାଙ୍କ ମୋବାଇଲକୁ କଲ୍ କରାଯାଇଥିଲେ ବି ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ସରୋଜ ପରିବାରରେ ସବୁଠାରୁ ସାନ ଥିଲେ। ମାତ୍ର ୭ ମାସ ତଳେ ଗଲା ଫେବୃଆରୀ ୧୧ ତାରିଖରେ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଛନ୍ତି। ସିପାହୀରୁ ପଦୋନ୍ନତି ପାଇ ହାବିଳଦାର (ଟେକ୍ନିକାଲ-ଇଏମ୍ଇ) ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ। ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର୍ ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ। ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିବା ସେ ଜଣାଇଥିଲେ ବୋଲି ଭାଇ ମନୋଜ କହିଛନ୍ତି। ତେବେ ଆଜି ସକାଳ ସାଢ଼େ ୧୧ଟାରେ ତାଙ୍କ ୟୁନିଟ୍ ପକ୍ଷରୁ ସରୋଜ ନିଖୋଜ ଥିବା ମନୋଜଙ୍କୁ ଫୋନ୍ କରି ଖବର ଦିଆଯାଇଥିଲା।

Share Now:

Kalinga News Beuro

Next Post

ବିଶ୍ୱକପ୍ ଉଦଘାଟନୀ ମ୍ୟାଚ୍ : ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ

Thu Oct 5 , 2023
ଅହମଦାବାଦ : ଆଇସିସି ଦିନକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ ଗତ ଥରର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୮୨ ରନ କରିଛି। ଫଳରେ ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ବିଜୟ ଲକ୍ଷ୍ୟ ରହିଛି ।ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ […]
ବିଶ୍ବକପ୍ ଉଦଘାଟନୀ ମ୍ୟାଚ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial