ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସବ କଲେ ମହିଳା

ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା ସୂଚନା

ମହାକାଳପଡ଼ା: ବାତ୍ୟା ଅମ୍ଫାନକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଓ ପବନର ବେଗ ବଢିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରୁ ଆସିଛି ଏକ ଭିନ୍ନ ଖବର। ଆମ୍ବୁଲାନ୍ସ ଆସି ନ ପାରିବାରୁ ବାଧ୍ୟ ହୋଇ ଅଗ୍ନିଶମ ଗାଡ଼ିରେ ପ୍ରସୂତି ଯାଉଥିବା ବେଳେ ବାଟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ମହାକାଳପଡ଼ା ପଞ୍ଚାୟତର ଜହଁରା ଗ୍ରାମର ହାପିନା ସେଠୀଙ୍କ ସ୍ତ୍ରୀ ଜାନକୀ ସେଠୀଙ୍କର ଆଜି ସକାଳେ ପ୍ରସବ ବେଦନା ହୋଇଥିଲା। ଏହାପରେ ପରିବାର ଲୋକେ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ବାଟରେ ବହୁସଂଖ୍ୟକ ଗଛ ଭାଙ୍ଗି ପଡ଼ିଥିବାରୁ ଆମ୍ବୁଲାନ୍ସ ଆସି ନ ପାରିଥିଲା। ଏହାପରେ ବାତ୍ୟା ଅମ୍ଫାନର ମୁକାବିଲା ଲାଗି ଥିବା ଏକ ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସୂତି ଜାନକୀଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାଧ୍ୟ ହୋଇଥିଲେ। ତେବେ ଗାଁରୁ ମାତ୍ର ତିନି କିଲୋମିଟର ବାଟ ଯିବା ପରେ ସେହି ଗାଡ଼ିରେ ଜାନକୀ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ଏହାପରେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ମାଆ ଓ ନବଜାତ ସୁସ୍ଥ ଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଆଜି ପୁଣି ନୂଆ ୭୪ ଜଣ କରୋନା ଆକ୍ରାନ୍ତ:ତଥ୍ୟ ଦେଲେ ରାଜ୍ୟ ସରକାର, ୪୪ଜଣ ଗୁଜୁରାଟ ଫେରନ୍ତା

Wed May 20 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଯେଉଁ ନୂଆ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏହି ୭୪ଜଣଙ୍କ ମଧ୍ୟରୁ ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା। ଏଥିମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକ ଗୁଜୁରାଟ ଫେରନ୍ତା। ଠିକ୍ ସେହିପରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial