ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ

ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ

ଯାଜପୁର: ଗାଧୋଉଥିବା ସମୟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ଵର ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ। ଆଜି ଯୁବକ ଦ୍ଵୟ କାମ ସାରି ନଦୀରେ ଗାଧୋଉ ଥିବା ସମୟରେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇଥିଲେ। ତେବେ ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଯୁବକ ଦ୍ଵୟ ହେଲେ ଧର୍ମଶାଳା ଥାନା ଦେଓଦା ଅଞ୍ଚଳର ଗୋବିନ୍ଦ ରଣା ଓ ଜାରକା କୁମାରୀ ସୌମ୍ୟରଞ୍ଜନ ମହାରଣା ବୋଲି ସୂଚନା ମିଳିଛି। ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ମିଳୁନି ଜମିପଟ୍ଟା: ବାରଦୁଆର ହେଉଛନ୍ତି ଭୂମିହୀନ

Thu Oct 12 , 2023
ସୋର: ବାଲେଶ୍ୱର ଜିଲ୍ଲା ସୋର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗତ ଅଗଷ୍ଟ ମାସ ୧,୦୧୭ ଜଣ ଭୂମିହୀନଙ୍କୁ ଜାମା ମିସନ୍‌ ଯୋଜନାରେ ସରକାରୀ ଜମିପଟ୍ଟା ବଣ୍ଟନ କରାଯାଇଥିବା ​ବେଳେ ଚଳିତ ମାସ ୨ ତାରିଖ ଦିନ ୧,୦୧୩ ଜଣ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି। ହେଲେ ଜମିପଟ୍ଟା ପାଇଥିବା ଲୋକଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ଥିବା ଅଭିଯୋଗ ଆସୁଛି। ଏପରି ସମୟରେ ସୋରର ଅନେକ ଭୂମିହୀନ ଆଦିବାସୀ ପରିବାରଙ୍କ ପାଇଁ […]
ବାରଦୁଆର ହେଉଛନ୍ତି ଭୂମିହୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial