ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସର ନିଷ୍କ୍ରିୟତା ବିରୋଧରେ ଥାନା ଘେରିଲା ଆଦିବାସୀ ମହାସଂଘ

ଥାନା ଘେରିଲା ଆଦିବାସୀ ମହାସଂଘ

ନିଆଳି: କଟକ ଜିଲ୍ଲା ନିଆଳି ଥାନାକୁ ଜାତୀୟ ଦଳିତ ଆଦିବାସୀ ମହାସଂଘ ତରଫରୁ ଗୁରୁବାର ଦିନ ଘେରାଉ କରାଯାଇଛି। ସବର୍ଣ୍ଣମାନଙ୍କ ଦ୍ବାରା ଅନୁସୂଚିତ ଜାତି ବର୍ଗଙ୍କ ଉପରେ ନିଆଳି ସରାକୋରରେ ବର୍ବୋରଚିତ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ପ୍ରଶାସନ ଜିଲ୍ଲା ଓ ପ୍ରଶାସନ ନିଷ୍କିୟତା ବିରୁଦ୍ଧରେ ୫ଦଫା ଦାବି ନେଇ ନିଆଳି ଥାନା ଘେରାଉ ହୋଇଛି। ଜାତୀୟ ଦଳିତ ଆଦିବାସୀ ମହାସଂଘର କଟକ ଜିଲ୍ଲା ସଭାପତି ପ୍ରକାଶ ଭୋଇଙ୍କ ନେତୃତ୍ବରେ ରାଜ୍ୟ ସଭାପତି ଲିଟୁ ଦାସ, ବହୁଜନ ଛାତ୍ର ଓ ଯୁବ ସାମୁଖ୍ୟର ରାଜ୍ୟ ସଂଯୋଜନା ତଥା ମାନବ ଅଧିକାର କର୍ମୀ ଅନିଲ କୁମାର ମଲ୍ଲିକଙ୍କ ସହଯୋଗରେ ଏକ ରାଲି ନୂଆଗାଁ ଛକରୁ ବାହାରି ନିଆଳି ଥାନାରେ ପହଞ୍ଚି ଥାନା ସମୁଖରେ ଧାରଣା ଦିଆଯାଇଥିଲା। ଗତ ୮ ତାରିଖ ଦିନ ସରାକୋର ଗ୍ରାମରେ ୫ ଜଣ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଉପରେ ସବର୍ଣ୍ଣମାନଙ୍କ ଦ୍ବାରା ହୋଇଥିବା ବର୍ବୋରଚିତ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ୨୩ ଜଣଙ୍କର ନାମରେ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ‌ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି। ଜାତୀୟ ଦଳିତ ଆଦିବାସୀ ମହାସଂଘ କହିଛି ଯେ, ପୁଲିସର ନିଷ୍କ୍ରିୟତା କାରଣରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ପାରି ନାହିଁ।।
ନିଆଳି ଥାନା କେସ ନଂ ୩୪୩ /୨୩ରେ ଦଫା ୧୪୭, ୧୪୯, ୨୯୪, ୩୦୭, ୩୨୪, ୫୦୬ ଓ ବିସ୍ପୋରକ ପଦାର୍ଥ ଅଧିନିୟମ ଧାରା, ୩ ସମେତ ଅନୁସୂଚିତ ଜାତି ଜନଜାତି ନିର୍ଯାତନା ନିବାରଣ ଆଇନ ଧାରା ୩(୧) (ଆର) (ଏସ୍‌), ୩(୨) (ଭିଏ) ଆଧାରରେ ବିଭିନ୍ନ ସଙ୍ଗୀନ ଦଫାରେ ଏବଂ ୩୪୨/୨୩ ଆଧାରରେ ମଧ୍ୟ ଅନୁସୂଚିତ ଜାତି ଜନଜାତି ନିର୍ଯାତନା ନିବାରଣ ଆଇନ ଧାରା ୩(୧) (ଆର) (ଏସ୍‌), ୩(୨) (ଭିଏ) ସହ ୨୯୪, ୫୦୬, ୩୪ ଏବଂ ବିସ୍ପୋରକ ପଦାର୍ଥ ଅଧିନିୟମ (୯ରେ) ମାମଲା ରୁଜୁ ହେବା ଏବଂ ଅନେକ ଅଭିଯୁକ୍ତ ଉଭୟ ମାମଲାରେ ସଂପୃକ୍ତ ଅଛନ୍ତି। ଅତି ଅମାନବୀୟ ଭାବରେ ବୁଦ୍ଧମାନଙ୍କ ସମେତ ଯୁବକମାନଙ୍କ ଉପରେ ଜୀବନରୁ ମାରିଦେବାକୁ ଉଦ୍ୟମ କରି ବୋମାମାଡ, ତେଣ୍ଟା ପେଟରେ ପୂରାଇ ଦେବା ମୁଣ୍ଡ ଫଟାଇ ଦେବା ହାତ ଗୋଡ଼ ଭାଙ୍ଗି ଦେବା ଭଳି ଜଘନ୍ୟ ଅପରାଧ ଘଟାଇବା ଘଟଣାକୁ ୨ ସପ୍ତାହ ବିତିବାକୁ ବସିଲାଣି କିନ୍ତୁ ଘଟଣା ନେଇ ଯେଉଁ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ତାହା ହୋଇନାହିଁ।

Share Now:

Kalinga News Beuro

Next Post

ଖୁଆଡ଼ରେ ଖେଳିଲେ ହୁଲ୍‌କ ଗିବନ୍‌ : କଇଁ ପୋଖରୀ, ବନପାଳ ଆବାସ ଉଦ୍‌ଘାଟିତ

Thu Oct 19 , 2023
ବାରଙ୍ଗ: ଆଜିଠାରୁ ନନ୍ଦନକାନନରେ ପର୍ଯ୍ୟଟକମାନେ ସ୍ବତନ୍ତ୍ର ଖୁଆଡ଼ରେ ହୁଲ୍‌କ ଗିବନମାନଙ୍କୁ ଦେଖିବା ସୁଯୋଗ ପାଇଛନ୍ତି। ୫୯(କ) ନମ୍ବର ଖୁଆଡ଼ରେ ଆଜି ଉଦ୍‌ଘାଟିତ ହୋଇଥିବା ସ୍ବତନ୍ତ୍ର କାଚ ଘରେ ଏହି ମର୍କଟ ଜାତୀୟ ପ୍ରାଣୀମାନଙ୍କ ଖେଳକୁଦ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ କରିଛି। ସେହିଭଳି ଆଜି ଏଠାରେ ଏକ ସୁନ୍ଦର କଇଁ ପୋଖରୀ ଉଦ୍‌ଘାଟିତ ହୋଇଛି ଏବଂ ପର୍ଯ୍ୟଟକମାନେ ୪୫ ପ୍ରକାର କଇଁ ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି।ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ […]
ଖୁଆଡ଼ରେ ଖେଳିଲେ ହୁଲ୍‌କ ଗିବନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial