ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ତ୍ରୀ : ଗୁରୁତର ଦମ୍ପତି ଡାକ୍ତରଖାନାରେ ଭର୍ତ୍ତି

ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଜଳିଗଲେ ସ୍ତ୍ରୀ-3

ରାଉରକେଲା: ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇରେ। ଗୁରୁତର ଅବସ୍ଥାରେ ସ୍ବାମୀ ଶିବାଜୀ ଲାକ୍ରା ଏବଂ ସ୍ତ୍ରୀ ଅନିତା ଲାକ୍ରା ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବଣାଇ କଲେଜ ପଛ ପାର୍ଶ୍ଵ ଏକ ଘରେ ରହୁଥିବା ଶିବାଜୀ ଲାକ୍ରା ଏବଂ ସ୍ତ୍ରୀ ଅନିତା ଲାକ୍ରା ଶିବାଜୀ ଓଏମସିରେ କାମ କରନ୍ତିl ଦୁହେଁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବାର କାରଣ ଅସ୍ପଟ ରହିଛି। ଅନିତାଙ୍କ ଶରୀର ୬୦ ପ୍ରତିଶତ ପୋଡ଼ିହୋଇ ଯାଇଥିବା ବେଳେ ସ୍ୱାମୀଙ୍କ ହାତ ଅନ୍ୟ ଅଙ୍ଗ ନିଆଁରେ ପୋଡ଼ି ହୋଇଛି। ଦେହରେ ନିଆଁ ଲାଗିବା ଦେଖି ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ପୋଡ଼ି ହୋଇଯାଇଥିବା କୁହାଯାଉଛି। ବଣାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

୧୩ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରୁଥିବା ବାପା ଗିରଫ

Mon Nov 6 , 2023
ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟର ଗୋବନ୍ଦୀର ପୂର୍ବ ପ୍ରାନ୍ତରେ ଥିବା ଉପନଗରୀରେ ନିଜ ୧୩ ବର୍ଷୀୟ ଝିଅ ସହିତ ୨ ବର୍ଷ ଧରି ଦୁଷ୍କର୍ମ କରିଥିବା ଓ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଝିଅର ମାଆଙ୍କ ଅଭିଯୋଗ ଆଧାରରେ ‘ଆଇପିସି’ର ବିହିତ ଧାରା ଓ ‘ପୋକ୍‌ସୋ ଆଇନ୍‌’ ଅନୁଯାୟୀ ପୁଲିସ ଶନିବାର ଦିନ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଜଣେ ସରକାରୀ ଅଧିକାରୀ […]
୧୩ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରୁଥିବା ବାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial