ପେଟ ଚିରି ଅନ୍ତଃବୁଜୁଳା ବାହାର କରି ୧୦ ବର୍ଷିୟ ବାଳକକୁ ମାରି ପକାଇଲେ ମାଙ୍କଡ଼ପଲ

୧୦ ବର୍ଷିୟ ବାଳକକୁ ମାରି ପକାଇଲେ ମାଙ୍କଡ଼ପଲ

ଗାନ୍ଧୀନଗର: ମଙ୍ଗଳବାର ଦିନ ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସାଲ୍‌କି ଗାଁ’ରେ ପଲେ ମାଙ୍କଡ଼ ଜଣେ ୧୦ ବର୍ଷିୟ ବାଳକର ପେଟ ଚିରି ଅନ୍ତଃବୁଜୁଳା ବାହାର କରି ପକାଇବାରୁ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ବନ ଅଧିକାରୀମାନେ କହିଛନ୍ତି ଯେ, ଦେହଗାମ ତାଲୁକ ଅନ୍ତର୍ଗତ ଗୋଟାଏ ମନ୍ଦିର ନିକଟରେ ଏହି ମାଙ୍କଡ଼ ଆକ୍ରମଣ ଘଟଣା ଘଟିଛି। ମୃତ ବାଳକ ହେଉଛି ଦୀପକ ଠାକରେ। ଗୁରୁତର ଆହତ ଅବସ୍ଥାରେ ଦୀପକକୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ଡାକ୍ତରମାନେ ଆସି ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତା’ର ମୃତ୍ୟୁ ଘଟିଲା।
ପୁଲିସ ଓ ବନ ବିଭାଗ ଅଧିକାରୀମାନେ କହିଛନ୍ତି ଯେ, ଦୀପକ ତା’ର ସାଥୀମାନଙ୍କ ସହିତ ଛୋଟ ଗାଁ ସାଲ୍‌କିରେ ଖେଳୁଥିଲା ବେଳେ କୁଖ୍ୟାତ ମାଙ୍କଡ଼ପଲ ହାବୁଡ଼ରେ ପଡ଼ିଯାଇଥିଲା। ମାଙ୍କଡ଼ପଲ ଦୀପକ ଉପରକୁ କୁଦିପଡ଼ି ତା’ର କାମୁଡ଼ା କାମୁଡ଼ି କରି ରାମ୍ପିବା ପକାଇବା ସହିତ ତା’ର ପେଟକୁ ଚିରି ପକାଇଥିଲେ। ଫଳରେ ତା’ର ଅନ୍ତଃବୁଜୁଳା ବାହାରି ପଡ଼ିଥିଲା। ତୁରନ୍ତ ଦୀପକକୁ ତା’ର ଘରକୁ ଓ ଘରୁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ଡାକ୍ତରଖାନରେ ପହଞ୍ଚୁ ପହଞ୍ଚୁ ତା’ର ମୃତ୍ୟୁ ଘଟିଥିବା କଥା ଡାକ୍ତରମାନେ କହିଛନ୍ତି। ଅନିଷ୍ଟକାରୀ ମାଙ୍କଡ଼ପଲକୁ ଧରିବା ପାଇଁ ବନ ଉଦ୍ୟମ ଚାଲିଥିବା କଥା ବନ ବିଭାଗ ଅଧିକାରୀ ବିଶାଳ ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଆକ୍ରମଣରେ ଲିପ୍ତ ଥିବା ୪ଟି ପ୍ରାପ୍ତ ବୟସ୍କ ମାଙ୍କଡ଼ ସମେତ ଏ ଗାଁରେ ଥିବା ମାଙ୍କଡ଼ପଲରେ ବହୁସଂଖ୍ୟକ ମାଙ୍କଡ଼ ଅଛନ୍ତି। ସପ୍ତାହେ ତଳେ ଆମେ ୨ଟି ହନୁମାଙ୍କଡ଼ଙ୍କୁ ଧରିଥିଲୁ। ଆଉ ଗୋଟାଏ ହନୁକୁ ଧରିବା ପାଇଁ ଯନ୍ତା ବସାଯାଇଛି।

Share Now:

Kalinga News Beuro

Next Post

ବିଏମ୍‌ସିକୁ ମଶାଚିନ୍ତା : ୪ ନଳାରେ ଛଡ଼ାହେଲା ଗଙ୍ଗୁସିଆ ମାଛ

Wed Nov 15 , 2023
୧୭୫ ସମ୍ବେଦନଶୀଳ ଜାଗା ଚିହ୍ନଟ, ସାନ୍ଦ୍ରତା ପରୀକ୍ଷା ଖୁବ୍‌ଶୀଘ୍ର ଭୁବନେଶ୍ବର: ଅକ୍ଟୋବର ମାସରୁ ମଶାଙ୍କ ପ୍ରଜନନ ସମୟ ଆରମ୍ଭ ହୋଇଥାଏ। ସ୍ଥିରପାଣିରେ ଲାର୍ଭା ସୃଷ୍ଟି ହେବାପରେ ମଶା ହୋଇ ଜନବସତି ଆଡ଼କୁ ମାଡ଼ି ଆସିଥାନ୍ତି ଓ ନାନା କୀଟବାହକ ରୋଗ ସୃଷ୍ଟି କରିଥାନ୍ତି। ଏହି ସମୟରୁ ଲାର୍ଭାକୁ ମାରିଦେଲେ ମଶାଙ୍କ ଉତ୍ପାତ ରହିବ ନାହିଁ। କିନ୍ତୁ ବିଏମ୍‌ସି ଏଥିପ୍ରତି ତତ୍ପର ହୋଇନଥିବାରୁ ଗତବର୍ଷ ମଶା ଉତ୍ପାତ କରିବା ସହ ବିଏମ୍‌ସି […]
ବିଏମ୍‌ସିକୁ ମଶାଚିନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial