ଚଳନ୍ତା ସ୍ଲିପର ବସରେ ନାବାଳିକାଙ୍କୁ ବଡ଼ବାପାର ଦୁଷ୍କର୍ମ ଅଭିଯୋଗ

ନାବାଳିକାଙ୍କୁ ବଡ଼ବାପାର ଦୁଷ୍କର୍ମ ଅଭିଯୋଗ

ଦଶରଥପୁର : ମା ଅସୁସ୍ଥ ଥିବା କହି ନାବାଳିକା ଝିଅକୁ ସାଙ୍ଗରେ ମେଡିକାଲ ଯିବାକୁ ଡ଼ାକିନେଇଥିଲେ ସମ୍ପକୀୟ ବଡ଼ବାପା। ଭଦ୍ରକରୁ କଲିକତା ଯାଉଥିବା ଏକ ସ୍ଲିପର ବସରେ ନେଇ ସ୍ଲିପର ସିଟରେ ଜବରଦସ୍ତ ୪/୫ ଥର ଦୁଷ୍କର୍ମ କରିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ଗାଁର ଦୟାନିଧି ଜେନା (୪୫) ଗତକାଲି (୧୯ ତାରିଖ) ସକାଳ ୬ଟା ସମୟରେ ସେହି ଗାଁର ଜଣେ ସଂପର୍କୀୟ ଝିଆରୀ (୧୬) ପୁରୁଣାସାହି ଗାଁକୁ ଟିଉସନ ପାଇଁ ଯିବା ସମୟରେ ଦୟାନିଧି ପାୟଲର ମା ଅସୁସ୍ଥ ଥିବା କହି ତାଙ୍କ ସହିତ ଭଦ୍ରକ ମେଡିକାଲକୁ ଯିବାକୁ କହିଥିଲେ। ମା ଅସୁସ୍ଥ ଶୁଣି ହଠାତ ସମ୍ପର୍କୀୟ ବଡ଼ବାପା ଦୟାନିଧିଙ୍କ ସହିତ ଏକ ବାଇକରେ ବସି ଯାଇଥିଲେ ପୀଡ଼ିତା। ବାଇକରେ ପ୍ରଥମେ ଆରଡ଼ିକୁ ଯାଇ ଏକ ପେଟ୍ରୋଲ ପମ୍ପରେ ବାଇକ ରଖି ବସରେ ଭଦ୍ରକ ଯାଇଥିଲେ।
ଭଦ୍ରକରେ ପହଞ୍ଚି ଏକ ସ୍ଲିପର ବସରେ ସ୍ଲିପର ସିଟରେ ଉଭୟ ବସିଥିଲେ। ସ୍କିନ ଟାଣି ଦୟାନିଧି ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା। ପାଟିକଲେ କିମ୍ବା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏହାପରେ କଲିକତାରେ ପହଞ୍ଚି ପୁଣି ଭଦ୍ରକ ଆସିଥିଲେ। ରାତି ୩ଟାରେ ଭଦ୍ରକରେ ପହଞ୍ଚି ଏକ ଅଟୋରେ ଗାଁକୁ ଆଣିବା ବାଟରେ ମାଲିକାପୁର–ପଳାସାହି ଠାରେ ଏକ ରାସ୍ତାରେ ଭୋର୍ ସାଢ଼େ ୪ଟାରେ ଛାଡି ଚାଲିଯାଇଥିଲେ। ଏନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି। ଆଇଆଇସି ବଦ୍ରିକାନାଥ ବେହେରା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।

Share Now:

Kalinga News Beuro

Next Post

ସାଲୁଗା ପ୍ରଧାନ ହେଲେ ବିଜେଡିର ଉପବାଚସ୍ପତି ପ୍ରାର୍ଥୀ

Mon Nov 20 , 2023
ଭୁବନେଶ୍ବର: ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଜେଡିର ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରି ବିଜେଡି ଖେଳିଛି ଆଦିବାସୀ କାର୍ଡ। ସାଲୁଗା ପ୍ରଧାନ ହେଉଛନ୍ତି ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ। ବିଜେଡି ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଜି. ଉଦୟଗିରି ବିଧାନସଭା ଆସନରୁ […]
ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ସାଲୁଗା ପ୍ରଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial