ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା : ୩୬ ଘଣ୍ଟିଆ ସମ୍ବଲପୁର ବନ୍ଦ

ବାଇକ ରାଲିରେ ପଥରମାଡ଼ ଘଟଣା

ସମ୍ବଲପୁର: ହନୁମାନ ସମନ୍ଵୟ ସମିତି ପକ୍ଷରୁ ୩୬ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ଯାଏ ନିଜ ନିଜର ଦୋକାନ ବଜାର ବନ୍ଦ ରଖିବା ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ହନୁମାନ ସମନ୍ଵୟ ସମିତିର ସଭାପତି ଡାକ୍ତର ରାଜକୁମାର ବଡ଼ପଣ୍ଡା ଓ ସଂପାଦକ ସମୀରରଂଜନ ବାବୁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାକୁ ସମିତି ପକ୍ଷରୁ ନିନ୍ଦା କରାଯାଇଥିଲା। ସହରରେ ଶାନ୍ତି ବଜାୟ ରଖିବାକୁ ବି ନିବେଦନ ହୋଇଥିଲା। ସମ୍ବଲପୁର ହନୁମାନ ସମନ୍ଵୟ ସମିତି ପକ୍ଷରୁ ଆହୁରି କୁହାଯାଇଛି ଯେ ଆସନ୍ତାକାଲି ହନୁମାନଙ୍କ ଜୟନ୍ତ ଉପଲକ୍ଷେ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବ। ଏହି ସମ୍ବଲପୁର ବନ୍ଦ ଡାକରାକୁ ବିଜେପି ପକ୍ଷରୁ ବି ସମର୍ଥନ କରାଯାଇଛି। ଏଣେ ଆଜି ପୁଲିସ ପକ୍ଷରୁ ଅପରାହ୍ନ ୫ଟାରେ ଜିଲ୍ଲା ସ୍କୁଲ ଛକରୁ ମୋତିଝରଣ ଦେଇ ଗେଙ୍ଗୁଟିପାଲି ଯାଏ ଫ୍ଲାଗମାର୍ଚ୍ଚ କରାଯିବ। ଏହି ମାମଲାରେ ୪୩ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୋଷୀ ପ୍ରମାଣିତ ହୋଇଥିବା ଜଣାଯାଇଛି।

ତେଣେ ଆଜି ଦିନ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆଦିର ପୋଷ୍ଟ ଉପରେ ବି ନିଷେଧାଦେଶ ଜାରି କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର ମାଡ଼ ହୋଇଥିଲା। ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା।

Share Now:

Kalinga News Beuro

Next Post

ଏନ୍‌କାଉଣ୍ଟର୍‌ରେ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ମୃତ

Thu Apr 13 , 2023
ନୂଆଦିଲ୍ଲୀ: ଆଜି ଝାନ୍‌ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ର (ଏସ୍‌ଟିଏଫ୍‌) ଏନ୍‌କାଉଣ୍ଟର୍‌ରେ ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ ହୋଇଛନ୍ତି। ଡେପୁଟି ଏସ୍‌.ପି. ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶର ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ କରିଥିବା ଏହି ଏନ୍‌କାଉଣ୍ଟର୍‌ରେ ଗୁଲାମ୍‌ ନାମରେ ଆଉ ଜଣେ ବ୍ୟକ୍ତିଙ୍କର ବି ମୃତ୍ୟୁ ଘଟିଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର […]
ଏନ୍‌କାଉଣ୍ଟର୍‌ରେ ଅତୀକ୍‌ ଅହମଦ୍‌ଙ୍କ ପୁଅ ଅସଦ୍‌ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial