ମୁହୂର୍ତ୍ତକରେ ମିଳାଇଗଲା ବଣଭୋଜିର ହସଖୁସି : ଅଟୋକୁ ଚାପିଦେଲା ହାଇୱା, ୫ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଆଜି ରବିବାର ଛୁଟି ଥିବାରୁ ପୂର୍ବାହ୍ନରେ ସାଙ୍ଗ ହୋଇ ହସଖୁସିରେ ବଣଭୋଜି କରିବାକୁ ଯାଇଥିଲେ। ସମସ୍ତେ ଖାଇପିଇ ସାରି ଅଟୋରେ ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଛକି ବସିଥିବା ଯମ ୫ ଜଣଙ୍କୁ ଘରକୁ ପହଞ୍ଚାଇ ଦେଇନାହିଁ। ଗ୍ରାମାଞ୍ଚଳର ରାସ୍ତାରେ ଯାଉଥିବା ଅଟୋକୁ ଏକ ହାଇୱା ଚାପିଦେଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦରଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ଅଧୀନ ବଗିଚାପଡ଼ାର କିଛି ଲୋକ ଆଜି ପୂର୍ବାହ୍ନରେ ତେଲେନଡିହି ସରସ୍ୱତୀ ନାଳକୁ ଭୋଜି କରିବାକୁ ଯାଇଥିଲେ। ସେ‌ମାନେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଭୋଜି ସାରି ଏକ ଅଟୋରେ ଘରକୁ ଫେରୁଥିଲେ। ଫେରିବା ବାଟରେ ସେମାନଭ୍କୁ ଏକ ହାଇୱା ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ହାଇୱାଟି ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଅଟୋ ମଧ୍ୟ ବିଲଭିତରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଶିଶୁ ଓ ମହିଳା ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ଟାଉନଥାନା ବଗିଚାପଡ଼ାର ବୋଲି ସୂଚନା ମିଳିଛି। ତେବେ ୨ଟି ଗାଡ଼ି ୨୦ ଫୁଟ୍ ତଳକୁ ଖସି ପଡ଼ିଛି। କାଦୁଅରେ ଫସିଥିବା ଗାଡ଼ିକୁ ଜେସିବି ଲଗାଇ ଉଠାଇବାକୁ ଚେଷ୍ଟା କରାଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୨ଟି ମୃତଦେହ ଗାଡି ଭିତରେ ଫସି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Share Now:

Kalinga News Beuro

Next Post

ସ୍ମାର୍ଟ ସିଟିରେ ପରିବା ଦର ଆକାଶ ଛୁଆଁ

Sun Dec 17 , 2023
ଭୁବନେଶ୍ୱର: ଆଉ ଗରିବଙ୍କ ଖାଦ୍ୟ ହୋଇ ରହିନାହିଁ ବାଇଗଣ ଭର୍ତ୍ତା। ରାଜଧାନୀର ଖୁଚୁରା ବଜାରରେ ଏହାର ଦର ୧୦୦ ଟଙ୍କା ଟପି ଯାଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ ଯୋଗୁଁ ଆବଶ୍ୟକତା ତୁଳନାରେ ବାଇଗଣ ମିଳୁ ନାହିଁ। ତେଣୁ ଏହାର ଦର ଆକାଶ ଛୁଆଁ ହୋଇଥିବା କହିଛନ୍ତି ଭୁବନେଶ୍ୱର ପରିବା ବ୍ୟବସାୟୀ ସଂଘର କବିରାଜ ସ୍ୱାଇଁ। ଉଲ୍ଲେଖନୀୟ ଯେ ରାଜଧାନୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial